Odisha Link
Bridging the Missing Links in Odisha

୫ ବର୍ଷ ଯାଏଁ ଖୋଲିବନି ନୂଆ କଲେଜ

ଗତ ୫ବର୍ଷ ହେଲା କଲେଜଗୁଡ଼ିକୁ ଅନୁମୋଦିତ ହୋଇଥିବା ସିଟ୍‌ ପୂରଣ ହେଉନାହିଁ। ୨୦୧୬-୧୭ ଶିକ୍ଷାବର୍ଷରେ ୯୧.୨୪% ସିଟ୍‌ ପୂରଣ ହୋଇଥିବା ବେଳେ ୨୦୨୦-୨୧ ଶିକ୍ଷାବର୍ଷରେ ତାହା ୬୭.୭୮%କୁ ହ୍ରାସ ପାଇଛି।

ଭୁବନେଶ୍ବର: ରାଜ୍ୟରେ ମାଳ ମାଳ ଘରୋଇ କଲେଜ। ଦିନକୁ ଦିନ ରାଜ୍ୟରେ ଛତୁ ଫୁଟିଲା ପରି ଘରୋଇ କଲେଜ ଖୋଲିବାରେ ଲାଗିଛି। ଏସବୁ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସିଛି ବଡ଼ ଖବର। ଆବଶ୍ୟକ ଭିତ୍ତିଭୂମି ନ ଥାଇ ଘରୋଇ କଲେଜ ଖୋଲୁ ଥିବାରୁ ୨୦୨୫-୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ନୂତନ ଡିଗ୍ରି ଓ ପ୍ରଫେସନାଲ କଲେଜ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ଦିଆଯିବ ନାହିଁ।

ସାମ୍‌ସ ତଥ୍ୟ ଅନୁଯାୟୀ, ଗତ ୫ବର୍ଷ ହେଲା କଲେଜଗୁଡ଼ିକୁ ଅନୁମୋଦିତ ହୋଇଥିବା ସିଟ୍‌ ପୂରଣ ହେଉନାହିଁ। ୨୦୧୬-୧୭ ଶିକ୍ଷାବର୍ଷରେ ୯୧.୨୪% ସିଟ୍‌ ପୂରଣ ହୋଇଥିବା ବେଳେ ୨୦୨୦-୨୧ ଶିକ୍ଷାବର୍ଷରେ ତାହା ୬୭.୭୮%କୁ ହ୍ରାସ ପାଇଛି। ତେଣୁ ବ୍ୟବସାୟୀକରଣକୁ ପ୍ରାଧାନ୍ୟ ନ ଦେଇ ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ଦେବାକୁ ଉଚ୍ଚଶିକ୍ଷା ବିଭାଗ ଉଚ୍ଚସ୍ତରୀୟ କ୍ଷମତା ସଂପନ୍ନ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

୨୦୨୧-୨୨ରେ ନୂଆ ଡିଗ୍ରି କଲେଜ ଖୋଲିବାକୁ ଅନୁମତି ମିଳିବ ନାହିଁ। ଚଳିତ ଶିକ୍ଷାବର୍ଷରେ ନୂଆ ପାଠ୍ୟକ୍ରମ ଖୋଲିବା ନେଇ ମଧ୍ୟ ଆଲୋଚନା ହୋଇଛି। ନାକ୍‌ ୨.୦୧ ଗ୍ରେଡ୍‌/ଏନ୍‌ଆଇଆରଏଫ୍‌ର ଶ୍ରେଷ୍ଠ ୨୦୦ ମଧ୍ୟରେ ସ୍ଥାନ ପାଇଥିବା/ଶିକ୍ଷାନୁଷ୍ଠାନର ଏକ-ତୃତୀୟାଂଶ ପାଠ୍ୟକ୍ରମ ଏନ୍‌ବିଏ ଅନୁବନ୍ଧିତ ଥିବା କିମ୍ବା ସ୍ବୟଂଶାସିତ ମାନ୍ୟତା ଥିବା ଶିକ୍ଷାନୁଷ୍ଠାନକୁ ନୂଆ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ମିଳିବ। ସେହିପରି ବିଶ୍ବବିଦ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ମିଳିତ ଯାଞ୍ଚ ପରେ ଯାଇ ଅନୁମତି ଦିଆଯିବ। ସିଟ୍‌ ବୃଦ୍ଧି କ୍ଷେତ୍ରରେ ବି ଏହି ନିୟମ ଲାଗୁ ହେବ।

Leave A Reply

Your email address will not be published.