Odisha Link
Bridging the Missing Links in Odisha

ଦେଶରେ ଅଣାୟତ୍ତ କରୋନା, ଦିନକରେ ୩ ଲକ୍ଷ ୯୨ ହଜାର ପାର ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ମହାମାରୀ ସଂକ୍ରମଣର କରାଳ ରୂପରେ ଜୀବନ କାଟୁଛନ୍ତି ଦେଶବାସୀ। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୯୨,୪୮୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୬୮୯ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୩, ୯୨, ୪୮୮ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ କରୋନା ଯୋଗୁଁ ୩୬୮୯ ଜଣଙ୍କ ମୃତ୍ୟୁ ହୋଇଛି। ଏସବୁ ମିଶାଇକି ଦେଶରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୧,୯୫,୫୭,୪୫୭ ଓ ମୃତ୍ୟୁ ସଂଖ୍ୟା ୨, ୧୫,୫୪୨ରେ ପହଞ୍ଚିଛି।

ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ୩,୦୭,୮୬୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୧,୫୯,୯୨,୨୭୧ରେ ପହଞ୍ଚିଛି।

Leave A Reply

Your email address will not be published.