Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ ହିଂସା: ପୁଲିସ୍‌ ଡିଜି ଓ ଏଡିଜିଙ୍କୁ ହଟାଇଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଏଯାବତ୍‌ ୧୪ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଛି। ଆଜି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମମତା। ସେ ବର୍ତ୍ତମାନର ପୁଲିସ ଡିଜି ଓ ଏଡିଜିଙ୍କୁ ହଟାଇ ଦେଇଛନ୍ତି।

ବେଙ୍ଗଲରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ନିର୍ବାଚନ କମିଶନ୍‌ ତତ‌କାଳୀନ ପୁଲିସ ମହାନିର୍ଦ୍ଦେଶକ ବୀରେନ୍ଦ୍ରଙ୍କୁ ହଟାଇ ପି ନିରଜନୟନଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରିଥିଲେ। ଅନୁରୂପ ଭାବେ ନିର୍ବାଚନ କମିଶନ ତତ୍କାଳୀନ ପୁଲିସ ଉପ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଜଗମୋହନଙ୍କୁ ହଟାଇ ଜାଓ୍ବେଦ ଶମିମଙ୍କୁ ଦାୟିତ୍ବ ଦେଇଥିଲେ।

ଆଜି ମୁଖ୍ୟମନ୍ତ୍ରୀ ମମତା ଉଭୟ ଅଧିକାରୀଙ୍କୁ ତାଙ୍କ ପଦବୀରୁ ଅନ୍ୟତ୍ର ବଦଳି କରିଦେଇ ପୁରୁଣା ଡିଜି ଓ ଏଡିଜିଙ୍କୁ ପୁନଃଅବସ୍ଥାପତି କରିଛନ୍ତି। ରାଜ୍ୟରେ ନିର୍ବାଚନୋତ୍ତର ହିଂସା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.