Odisha Link
Bridging the Missing Links in Odisha

ଲକ୍ଷ୍ନୌର ଅକ୍ସିଜେନ ରିଫିଲି ପ୍ଲାଣ୍ଟରେ ବିସ୍ଫୋରଣ, ଚାଲିଗଲା ୨ ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଅଘଟଣ ଘଟିଛି। ଅକ୍ସିଜେନ ପ୍ଲାଣ୍ଟ ବିସ୍ଫୋରଣ ହେବା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ଘଟଣା ସ୍ଥଳରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ଏନେଇ ଖବର ପାଇବା ପରେ ପୋଲିସ ଓ ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି। ପ୍ଲାଣ୍ଟରେ ସିଲିଣ୍ଡରରେ ଅକ୍ସିଜେନ ଭର୍ତ୍ତି ହେଉଥିବା ବେଳେ ଏହି ଅଘଟଣ ଘଟିଛି। ଆହତମାନଙ୍କୁ ନିକଟତମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।

Leave A Reply

Your email address will not be published.