Odisha Link
Bridging the Missing Links in Odisha

ପାଟଣାଗଡ଼ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଓଏଲ୍ ବ୍ୟୁରୋ: ବେଲପଡ଼ା ଥାନା କାନୁଟ ଗାଁରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଗ୍ୟାସ ପାଇପରେ ନିଆଁ ଲାଗିବାରୁ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗତ ୧୨ରେ ଜଣେ ଓ ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ରାଉରକେଲା ଘରୋଇ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମୋଟ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଥିବାବେଳେ ୨ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି। ମୃତକଙ୍କ ମଧ୍ୟରେ ମାଆ, ପୁଅ, ଖୁଡ଼ି ଓ ଜଣେ ପଡ଼ୋଶୀ ଥିବା ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.