Odisha Link
Bridging the Missing Links in Odisha

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ: ଏୟାରଲିଫ୍ଟ ହେଲେ ଗୁରୁତର ଯବାନ

ଓଏଲ୍ ବ୍ୟୁରୋ: ନଳିକୁପା ଜଙ୍ଗଲରେ ଦିନ ୧୦ଟା ସମୟରେ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ ୨ଜଣ ଏସଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଏସଓଜି ଯବାନଙ୍କୁ ଚିକିସ୍ଛା ପାଇଁ ପ୍ରଥମେ କଣ୍ଟାମାଲ ମେଡିକାଲ ଓ ପରେ ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବଲାଙ୍ଗିରରେ ସିଟି ସ୍କାନ ପରେ ଉଭୟଙ୍କୁ ଏୟାରଲିଫ୍ଟ କରାଯାଇଛି।

ମନମୁଣ୍ଡା ଥାନା ଶଗଡା ଫାଣ୍ଡି ନଳିକୁପା ଜଙ୍ଗଲରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏସଓଜି ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହା ସହ ଘଟଣାସ୍ଥଳରେ ବିସ୍ପୋରଣ ଘଟିଥିବା ସୂଚନା ମିଳିଛି। ଏଥିରେ ଗୁରୁତର ଆହତ ଜବାନ ହେଲେ ଉତ୍କଳ ପଟେଲ ଓ ଆର ଏସ ନାୟକ। ଏହି ଘଟଣା ନେଇ ସୂଚନା ମିଳିବା ପରେ ପୁଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.