Odisha Link
Bridging the Missing Links in Odisha

ପରଲୋକରେ ଅନୁଭବଙ୍କ ବାପା

ଓଏଲ୍‌ ବ୍ୟୁରୋ: ଆଖିବୁଝିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଚେହେରା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି। କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା। ଅଭୟ ମହାନ୍ତି ଆଜି ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ସିନେ ନିର୍ଦ୍ଦେଶକ ତଥା ଓଡ଼ିଆ ଚଳଚ୍ଚିତ୍ରର କଳାକାର ଜିତୁ ରାଉତ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି। ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି ଜଣେ ଅଧ୍ୟାପକ ଭାବେ କାର୍ଯ୍ୟ କରିବା ସହ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଥିଲେ। ତାଙ୍କ ଦେହାନ୍ତ ପରେ କଳାକାର ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.