Odisha Link
Bridging the Missing Links in Odisha

ବାଜିଲାଣି ନିର୍ବାଚନୀ ବିଗୁଲ; ଆଜି ଓଡ଼ିଶା ଆସିବେ ନିର୍ବାଚନ କମିଶନ

ଓଏଲ୍‌ ବ୍ୟୁରୋ: ବାଜିଲାଣି ସାଧାରଣ ନିର୍ବାଚନ ବିଗୁଲ। ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରସ୍ତୁତି ନେଇ ଓଡ଼ିଶା ଆସିବେ ମୁଖ୍ୟ ନିର୍ବାଚନ କମିଶନ। ନିର୍ବାଚନ କମିଶନ ଓ ଅଧିକାରୀ ମାନେ ଓଡ଼ିଶା ଆସି ଏଠାରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ଆଜିଠୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନିର୍ବାଚନ କମିଶନଙ୍କ ସମେତ ୭ଜଣିଆ ଦଳ। ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ନିର୍ବାଚନୀ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି। ଏହାସହିତ ରାଜ୍ୟ ପଦାଧିକାରୀଙ୍କ ସହ ସମୀକ୍ଷା କରିବେ। ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏହି ସମୀକ୍ଷା ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସୂଚନା ଜାରି ହୋଇଛି।

Leave A Reply

Your email address will not be published.