Odisha Link
Bridging the Missing Links in Odisha

‘ହିଂସା, ଆତଙ୍କରାଜ ଓ ହତ୍ୟା’ ଗଣତନ୍ତ୍ରର ପରିପନ୍ଥୀ ନୁହେଁ: ସମୀର

ଭୂବନେଶ୍ୱର: ଗଣତନ୍ତ୍ରରେ ହିଂସାର କୈାଣସି ସ୍ଥାନ ନାହିଁ। ଗଣତନ୍ତ୍ର ପ୍ରକ୍ରିୟାରେ ଜନତାଙ୍କ ଇଚ୍ଛା ଅନୁସାରେ ମତଦାନ କରିବାର ପୂର୍ଣ୍ଣ ଅଧିକାର ରହିଛି। ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଟିଏମସି କାର୍ଯ୍ୟକର୍ତ୍ତାମାନେ ଯେଉଁ ଭଳି ଭାବେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବର୍ବର ଓ ଅମାନୁଷିକ କାଣ୍ଡ ଭିଆଉଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ନିର୍ବାଚନ ଜିତିବା ପରେ ମମତା ବାନାର୍ଜୀ ଓ ତାଙ୍କ ଦଳ ଟିଏମସିର ନିର୍ବାଚନୀ ସ୍ଲୋଗାନ “ଖେଲା ହୋବେ”କୁ ବର୍ତମାନ ବାସ୍ତବରେ ପରିଣତ କରାଯାଉଛି।

ତୃତୀୟ ପାଳି କ୍ଷମତାର ନିଶା ଓ ଅହଂକାରରେ ମମତା ବାନାର୍ଜୀ ପ୍ରତିହିଂସା ପରାୟଣ ହୋଇ ଏକମାତ୍ର ବିରୋଧୀ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ନିପାତ କରିବାର ଅପଚେଷ୍ଟାରେ କେବେହେଲେ ସଫଳ ହେବେ ନାହିଁ। ‘ହିଂସା, ଆତଙ୍କରାଜ ଓ ହତ୍ୟା’ ଗଣତନ୍ତ୍ରର ପରିପନ୍ଥୀ ନୁହେଁ। ବିଜେପି ବିଶ୍ୱର ସର୍ବବୃହତ ରାଜନୈତିକ ଦଳ। ପଶ୍ଚିମବଙ୍ଗ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପଛରେ ଦେଶର କୋଟି କୋଟି ବିଜେପି କାର୍ଯ୍ୟକର୍ତ୍ତା ଚଟ୍ଟାଣ ଭଳି ଛିଡା ହୋଇଛନ୍ତି ।

ବଙ୍ଗଳାର ଗୋଟିଏ ହେଲେ କାର୍ଯ୍ୟକର୍ତ୍ତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ସୁନାର ବଙ୍ଗଳା ପ୍ରତିଷ୍ଠା ପାଇଁ ବିଜେପି ବଦ୍ଧପରିକର। ଭାରତୀୟ ଜନତା ଦଳ ଏଭଳି ହିଂସାକାଣ୍ଡକୁ ଦୃଢ ନିନ୍ଦା କରୁଛି। ଏଭଳି ହିଂସାକାଣ୍ଡ ତୁରନ୍ତ ବନ୍ଦ ହେବା ଆବଶ୍ୟକ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନିହାତି ଆବଶ୍ୟକ ବୋଲି ରାଜ୍ୟ ସଭାପତି  ସମୀର ମହାନ୍ତି କହିଛନ୍ତି।

ପଶ୍ଚିମବଙ୍ଗ ରାଜନୈତିକ ହିଂସାକାଣ୍ଡ ବିରୋଧରେ ବିରୋଧୀ ଦଳମାନେ କାହିଁକି ମୁହଁ ଖୋଲୁ ନାହାନ୍ତି ବୋଲି ପ୍ରଶ୍ନ କରିବା ସହ ସ୍ୱାମୀ ବିବେକାନନ୍ଦ, ଯୋଗୀ ଅରବିନ୍ଦ, ରବିନ୍ଦ୍ରନାଥ ଟାଗୋର, ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ ଭଳି ମହାମନିଷୀଙ୍କ ଜନ୍ମମାଟିରେ ହତ୍ୟା ଏବଂ ମାତୃଶକ୍ତିଙ୍କ ଉପରେ ଅତ୍ୟାଚାର ଆଦୈା ଶୋଭନୀୟ ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଆଜି ଓ ଆସନ୍ତା କାଲି ଦେଶବ୍ୟାପୀ ଅନୁଷ୍ଠିତ ହେଉଥିବା ଉପବାସ ଓ ଧାରଣା ଅନୁଷ୍ଠିତ ହେଉଛି । ଲକ୍‌ଡାଉନ ଏବଂ କୋଭିଡ୍ ଗାଇଡଲାନକୁ ପାଳନ କରି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ନିଜ ବାସଭବନରେ ଧାରଣା ଦେଇ ବଙ୍ଗଳା କାର୍ଯ୍ୟକର୍ତ୍ତାଙ୍କୁ ନୈତିକ ସମର୍ଥନ ଜଣାଇଛନ୍ତି ।

ଉପବାସ ରହି ମହାନ୍ତି ପଶ୍ଚିମବଙ୍ଗ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଶୋକସନ୍ତପ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ନିଷ୍ପତି ଅନୁଯାୟୀ ଆଜି ରାଜ୍ୟର ସମସ୍ତ ଜିଲ୍ଲା ଓ ମଣ୍ଡଳରେ ବିଜେପିର ସମସ୍ତ ସାଂସଦ, ବିଧାୟକ, ଲୋକପ୍ରତିନିଧି, ଦଳ ପଦାଧିକାରୀ, ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ବାସଭବନରେ ରହି ଭର୍ଚୁଆଲ ମିଟିଂ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଉପବାସ ଓ ଧାରଣା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ପ୍ରତିବାଦ ଓ ଧାରଣା ଆସନ୍ତା କାଲି ମଧ୍ୟ ଜାରୀ ରହିବ । ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଆଜି କୋଲକାତାଠାରେ ପଶ୍ଚିମବଙ୍ଗ ରାଜ୍ୟ ସଭାପତି ଓ କାର୍ଯ୍ୟକର୍ତାଙ୍କ ଗ୍ରହଣରେ ଉପସ୍ଥିତ ରହି ଧାରଣା ଦେଇଥିଲେ ।

Leave A Reply

Your email address will not be published.