Odisha Link
Bridging the Missing Links in Odisha

ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି

୪ଜଣିଆ ଡାକ୍ତରୀ ଟିମ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏନେଇ ଭୁବନେଶ୍ୱର ଏମସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୪ଜଣିଆ ଡାକ୍ତରୀ ଟିମ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି।

ଏମସର ୨ ଜଣ ଓ ରାଜ୍ୟ ସରକାରଙ୍କ ୨ ଜଣ ଡାକ୍ତର ତଦାରଖ କରୁଛନ୍ତି। ବର୍ତ୍ତମାନ ପ୍ରଦୀପ୍ତ ନାଏକ ଆଇସିୟୁରେ ଭେଣ୍ଟିଲେଟରରେ ଅଛନ୍ତି। ଆବଶ୍ୟକ ହେଲେ ତାଙ୍କୁ ଭଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। କିନ୍ତୁ ବର୍ତ୍ତମାନ ସେଭଳି ସ୍ଥିତି ଆସିନଥିବା ଏମସ ନିଦେ୍ର୍ଧଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କୋଭିଡ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ। ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ପ୍ରଦୀପ୍ତଙ୍କ ପତ୍ନୀ କମଳା ନାୟକଙ୍କ ସହ ଫୋନରେ କଥା ହୋଇ ପ୍ରଧାନମନ୍ତ୍ରୀ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ।

ଏଥିସହ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଓ ଭୁବନେଶ୍ୱର ଏମ୍ସ ଡକ୍ତରୀ ଟିମ ସହ ମଧ୍ୟ ମୋଦୀ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ।

Leave A Reply

Your email address will not be published.