Odisha Link
Bridging the Missing Links in Odisha

ଝାରସୁଗୁଡ଼ାରେ ଲଜ୍ଜା: ଲକଡାଉନ ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ

ଝାରସୁଗୁଡ଼ା ବସଷ୍ଟାଣ୍ଡ ପଛପଟ ଏକ ପରିତ୍ୟକ୍ତ ଘରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ଝାରସୁଗୁଡ଼ା: ଲକଡାଉନ ସମୟରେ ପୋଲିସର କଡ଼ା ପହରା ସତ୍ତ୍ୱେ ଯୁବତୀଙ୍କୁ ଗଣଦୁଷ୍କର୍ମ। ଏଭଳି ଘଟଣା କୋଉ ଗାଁରେ ଘଟିନି ଝାରସୁଗୁଡ଼ାରେ ସହରରେ ଘଟିଛି। ଝାରସୁଗୁଡ଼ା ବସଷ୍ଟାଣ୍ଡ ପଛପଟ ଏକ ପରିତ୍ୟକ୍ତ ଘରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି।

ସୂଚନା ମୁତାବକ, ଝାରସୁଗୁଡ଼ା ବସଷ୍ଟାଣ୍ଡ ପଛପଟେ ରେଳବାଇ ପୋଲିସ ଅଧୀନରେ ଥିବା ଏକ ପରିତ୍ୟକ୍ତ ଘରେ ୨ଜଣ ଯୁବକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଲକଡାଉନ ଯୋଗୁଁ ବସଷ୍ଟାଣ୍ଡ ପାଖରେ ପୋଲିସର କଡ଼ା ପହରା ଦେଇଥିବା ବେଳେ ଏହାର କିଛି ମିଟର ଦୂରରେ ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଘଟଣାରେ ପ୍ରତ୍ରିକ୍ରିୟା ରଖିଛନ୍ତି ରାଉରକେଲା ରେଲୱେ ଏସପି ଅରୁଣ କୁମାର ଜେନା। ସେ କହିଛନ୍ତି ଯେ, ରେଲୱେ ଆଇ ଆଇ ସିଙ୍କୁ ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.