Odisha Link
Bridging the Missing Links in Odisha

କୋଭିଡ୍‌ ରୋଗୀକୁ ଶ୍ମଶାନ ମନା

ଭଞ୍ଜନଗର: ଯଦି କୋଭିଡ୍‌ରେ ମୃତ୍ୟୁ ହୋଇଛି ତେବେ ସେ ଶବ ଶ୍ମଶାନରେ ଦାହ ହୋଇପାରିବନାହିଁ। ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଗ୍ରାମବାସୀ। ଗ୍ରାମରେ ଥିବା ସର୍ବସାଧାରଣ ଶ୍ମଶାନ ଫାଟକରେ କଣ୍ଟାଝାଟି ଦେଇ ବନ୍ଦ କରି ଦେଇଛନ୍ତି ଗ୍ରାମବାସୀ। ଜୀବନ ଥିବା ବେଳେ ଅବହେଳା ଓ ଅସୁବିଧା ଭିତରେ ଜୁଝୁଥିବା ମଣିଷକୁ ମୃତ୍ୟୁ ପରେ ବି ସଂଗ୍ରାମ କରିବାକୁ ପଡ଼ୁଛି।

ଏଭଳି ଧୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳ ଜାମପଲ୍ଲୀ ଗ୍ରାମରେ। ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ସଂଗଠନ ଏହି ଶ୍ମଶାନରେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ ପୋଡ଼ୁଥିବା ବେଳେ ଗତକାଲିଠାରୁ ଏହାକୁ ଅଟକାଇଛନ୍ତି ଗ୍ରାମବାସୀ। ଶ୍ମଶାନ ଫାଟକ ବାହାରେ ଏ ନେଇ ନିର୍ଦ୍ଦେଶ ଉଲ୍ଲେଖ ଥିବା ବେଳେ ରାସ୍ତାକୁ ମଧ୍ୟ ବନ୍ଦ କରିଦିଆଯାଇଛି।

ପୂର୍ବରୁ ଏହି ଶ୍ମଶାନରେ ୪ ଜଣ ବାହ୍ୟ ଲୋକଙ୍କର ଶବ ଦାହ କରାଯାଇଥିବା ବେଳେ ଏହା କୋଭିଡ୍‌ ରୋଗୀଙ୍କର ଥିଲା ବୋଲି ଜାମପଲ୍ଲୀ ଗ୍ରାମବାସୀ ଜାଣିବାକୁ ପାଇଛନ୍ତି। ଏଣୁ ଗ୍ରାମରେ କୋଭିଡ୍‌ ସଂକ୍ରମଣ ଆଶଂକା କରି ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି। ଏବେ ରାଜ୍ୟରେ ଦିନକୁ ଦିନ କୋଭିଡ୍‌ ସଂକ୍ରାମକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏଭଳି ସ୍ଥିତିରେ, ବିଶେଷ କରି ଗ୍ରାମାଞ୍ଚଳମାନଙ୍କରେ, ଶ୍ମଶାନ ପାଇବା ଏକ ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.