Odisha Link
Bridging the Missing Links in Odisha

PHOTOS: ପାର୍କ ପାଲଟିଲା ଶ୍ମଶାନ

ନୂଆଦିଲ୍ଲୀ: ଗତବର୍ଷ କରୋନା ପ୍ରଥମ ତରଙ୍ଗ ଆସିବା ବେଳେ ସ୍ପେନ୍‌ ଆଉ ଇଟାଲିରେ କିଭଳି ସ୍ଥତି ଥିଲା ଟିକେ ମନେପକାନ୍ତୁ। ଶହଶହ ଶବ ଗଦା ହୋଇ ପଡ଼ିଥିଲା। କବର ଦେବା ପାଇଁ ସେସବୁ ଦେଶରେ ସ୍ଥାନ ଶେଷ ହୋଇଯିବାରୁ ଖେଳପଡ଼ିଆ, ପାର୍କ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନକୁ ଅସ୍ଥାୟୀ ଭାବେ କବରଖାନାରେ ପରିଣତ କରାଯାଇଥିଲା। ଏବେ ନୂଆଦିଲ୍ଲୀରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଶ୍ମଶାନରେ ସ୍ଥାନାଭାବରୁ ଏକ ପ୍ରମୋଦ ଉଦ୍ୟାନକୁ ଶ୍ମଶାନରେ ପରିଣତ କରାଯାଇଛି।

ଦିଲ୍ଲୀରେ ଅକ୍ସିଜେନ୍‌ ଓ ହସ୍ପିଟାଲ ଶଯ୍ୟା ପାଇଁ ଲମ୍ବା ଧାନି ଲାଗୁଥିବା ବେଳେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶ୍ମଶାନରେ ବି ଳମ୍ବା ଧାଡ଼ି ଦେଇବାକୁ ମିଳୁଛି। ଶ୍ମଶାନରେ ସ୍ଥାନାଭାବ ହେତୁ ଦକ୍ଷିଣ ଦିଲ୍ଲୀର ଏକ ପାର୍କକୁ ଅସ୍ଥାୟୀ ଶ୍ମଶାନରେ ପରିଣତ କରାଯାଇଛି। ପ୍ରଥମ ଦଫାରେ ୨୦ଟି ଶବ ପୋଡ଼ିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ପରେ ଆଉ ୫୦ଟି ପାଇଁ ବ୍ୟବସ୍ଥା ହେଉଛି।

ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ହଠାତ୍‌ ବଢ଼ିଯାଇଥିବାରୁ ଶବଦାହ ନିମନ୍ତେ ସମ୍ପର୍କୀୟଙ୍କୁ ଶବ ଧରି ଗୋଟିଏ ଶ୍ମଶାନରୁ ଅନ୍ୟ ଶ୍ମଶାନକୁ ଦୌଡ଼ିବାକୁ ପଡ଼ୁଛି। ପ୍ରାୟ ୬ ଘଣ୍ଟା ବା ତହିଁରୁ ଅଧିକ ସମୟ ଅପେକ୍ଷା କରିବା ପରେ ଶବଦାହ ପାଇଁ ପାଳି ପଡ଼ୁଛି। ଏସବୁ ଅସୁବିଧା ହେତୁ ଦିଲ୍ଲୀରେ ଅଧିକ ଶ୍ମଶାନର ଆବଶ୍ୟକତା ରହିଛି।

Leave A Reply

Your email address will not be published.