Odisha Link
Bridging the Missing Links in Odisha

କରୋନା ଦ୍ୱିତୀୟ ଲହର ଏତେ ଭୟାନକ ହେବ କେହି ଭାବି ନଥିଲେ: ଏସିଏସ୍

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ସୂଚନା। ପ୍ରେସମିଟ୍‌ ଜରିଆରେ ସୂଚନା ନେଇ ସ୍ୱାସ୍ଥ୍ୟ ବିଭାଗର ACS କହିଛନ୍ତି ଯେ, କୋଭିଡ୍‌ ନିୟମ ମାନିଲେ ହିଁ କରୋନାକୁ ଆମେ ରୋକିପାରିବା। ଦ୍ୱିତୀୟ ଲହର ଏତେ ଭୟାନକ ହେବ ବୋଲି କେହି ଭାବିନଥିଲେ। ଦେଶରେ ୮ ଦିନ ହେଲା ୩.୫ ଲକ୍ଷରୁ ଅଧିକ କେସ୍ ଆସୁଛି।ଏବେ ଦେଶର ୮୦ ପ୍ରତିଶତ କେସ୍ ୮/୯ଟି ରାଜ୍ୟରୁ ଆସୁଛି। ଏହାସହ ଆଜି ସଂକ୍ରମଣରେ ସର୍ବକାଳୀନ ରେକର୍ଡ ୮୬୮୧ ରହିଛି।

କୋଭିଡ଼ ନିୟମ ପାଳନ କଲେ ଆମେ ଏହାକୁ ନିୟନ୍ତ୍ରଣ କରିପାରିବା ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ବରଂ କୋଭିଡ଼ ନିୟମ ମାନନ୍ତୁ, ମାସ୍କ ପିନ୍ଧନ୍ତୁ, ଗହଳି କରନ୍ତୁନି କି ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି। ଆମ ଦେଶର ସ୍ଥିତି ଏତେ ସଙ୍ଗୀନ ରହିଛି ଯେ ତାହା କଳପନା କରିହେବ ନାହିଁ । ଛତିଶଗଡ ସୀମା ଯୋଗୁଁ ସଂକ୍ରମର ଆହୁରି ବଢ଼ିଛି । ପ୍ରତିଦିନ ନୂଆ ରେକର୍ଡ କରୁଛି ଓଡ଼ିଶା।

ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ । ସେ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି ଯେ, କୋଭିଡ୍ ନିୟମ ପାଳନ କରନ୍ତୁ । ରାଜ୍ୟରେ ଟେଷ୍ଟିଂ ବଢ଼ାଇଛୁ ।୨୫ ହଜାର ଆରପିଟିସିଆର୍ ଟେଷ୍ଟ କରିବା ନେଇ ଲକ୍ଷ୍ୟ ରଖିଛୁ । ଓଡିଶାରେ ସଂକ୍ରମଣ ହାର ୧.୮ % ରହିଛି । ୫୨୭୧ ଟି ରୋଗୀ ଏବେ ଚିକିତ୍ସାରତ ଅଛନ୍ତି । ୪୦,୦୦୦ ବେଡ୍ ସହିତ ଅକ୍ସିଜେନ୍ ରହିଛି।

ଅକ୍ସିଜେନ୍ ସମ୍ପର୍କରେ କହିଛନ୍ତି ଯେ, ରାଜ୍ୟରେ ଏହାର ଅଭାବ ରହିବନି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍ ରହିଛି। ଆହୁରି ମଧ୍ୟ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ରେମଡେସିଭର୍ ରହିଛି। ଯାହାର ଯାହାର ଅକ୍ସିଜେନ୍ ଲେବଲ୍ ୯୨ ଲେବଲ୍ ରହିଛି ସେମାନେ ବ୍ୟସ୍ତ ନହୋଇ ଘରେ ଆଇସୋଲେସନ୍ ରେ ରୁହନ୍ତୁ । ହୋମ୍ ଆଇସୋଲେସନ୍ ରେ ରହିବା ସବୁଠାରୁ ଭଲ ଉପାୟ । ଯଦି କୌଣସି ସିରିୟସ୍ ପରିସ୍ଥିତି ସୃଷ୍ଟି ହେବ ତାହେଲେ ଆମ ରାଜ୍ୟରେ ଆମ୍ବୁଲାନ୍ସର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି।

କୌଣସି ହସ୍ପିଟାଲରେ ସିଲିଣ୍ଡର ଯେମିତି ଖାଲି ରହିବନି, ସେନେଇ ସମସ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଏତିକି ନୁହେଁ ବରଂ ୪୩ ହଜାର ରେମଡେସିଭିର ରହିଥିବା ନେଇ ସୂଚନା ଦେଇଛନ୍ତି ACS। କରୋନା ଔଷଧ ରେମଡେସିଭିର ସଂପର୍କରେ ସ୍ୱାସ୍ଥ୍ୟ ACS ବି ସୂଚନା ଦେଇଛନ୍ତି।ଜ୍ୟରେ ଏବେ ୩୩% ସାଧାରଣ ବେଡ୍, ୬୯% ICU, ୩୫% ଭେଣ୍ଟିଲେଟର ବ୍ୟବହୃତ ହେଉଛି। 

ସେ ଆହୁରି କହିଛନ୍ତି ଯେ,   ରାଜ୍ୟରେ ଦୈନିକ ୧୨ଶହ ରେମଡେସିଭିର ଦରକାର ହେଉଛି। ଆମ ପାଖରେ ଏବେ ୪୩ ହଜାର ରେମଡେସିଭିର ଷ୍ଟକ ଅଛି। କାଲି ଆଉ ୨୧ ହଜାର ରେମଡେସିଭିର ଆମ ପାଖରେ ପହଞ୍ଚିବ । ଯେଉଁ ଅଭାବ କଥା କୁହାଯାଉଛି, ସେ ସବୁ ଘରୋଇ ହସ୍ପିଟାଲରେ ରହିଥିବା ସେ ସ୍ପଷ୍ଟ କରିଛନ୍ତି। କୋଭିଡ଼ ପଜିଟିଭ ହେଲେ ତରବର ହୋଇ ହସ୍ପିଟାଲ ନଆସିବା ଲାଗି ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ହୋମ୍ ଆଇସୋଲେସନରେ ରହନ୍ତୁ, ଯାହାକୁ ଜରୁରୀ ସେ ହସ୍ପିଟାଲ ଆସନ୍ତୁ ବୋଲି ACS କହିଛନ୍ତି। ପଜିଟିଭ୍‌ ଚିହ୍ନଟ ହେଲେ ଘରେ ରହନ୍ତୁ, ଯଦି ଅବସ୍ଥା ଗୁରୁତର ହେଲା ଆମ୍ବୁଲାନ୍ସ ଯାଇ ଆଣିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। 

Leave A Reply

Your email address will not be published.