Odisha Link
Bridging the Missing Links in Odisha

କୋଭିଡ୍‌ ରୋଗୀଙ୍କୁ ଠକି ୨ ଗିରଫ

ଏହି ସିଲିଣ୍ଡରର ବଜାର ଦର ୯୫୦ ଟଙ୍କା ଥିବା ବେଳେ ଏହାକୁ ଠକମାନେ ୧୦,୦୦୦ ଟଙ୍କାରେ ବିକ୍ରି କରି ବେଶ୍‌ ଲାଭ ଉଠାଉଥିଲେ।

ନୂଆଦିଲ୍ଲୀ: ରାଜଧାନୀରେ ଅମ୍ଳଜାନର ଅଭାବ ଗୁରୁତର ହୋଇଥିବା ବେଳେ ଏହାର ଫାଇଦା ନେଉଛନ୍ତି ଠକ। ଅକ୍ସିଜେନ୍‌ ପାଇଁ ବିକଳ ଲୋକଙ୍କୁ ଚଢ଼ାଦରରେ ନିଆଁଲିଭା ଗ୍ୟାସ୍‌ ବିକ୍ରି କରିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ସେମାନଙ୍କ ଠାରୁ ୫ଟି ଫାୟାର୍‌ ଏକ୍‌ଷ୍ଟିଙ୍ଗୁଇସର୍‌ ସିଲିଣ୍ଡର ଜବତ କରାଯାଇଛି।

ଗିରଫ ଦୁଇ ଯୁବକ ହେଲେ ଆଶୁତୋଷ ଚୌହାନ (୧୯) ଓ ଆୟୁଷ କୁମାର (୨୨)। ସେମାନେ ଦ୍ବାରକା ଅଞ୍ଚଳରେ କୋଭିଡ୍‌ ରୋଗୀଙ୍କୁ ଚୋରାରେ ଅକ୍ସିଜେନ୍‌ ସିଳିଣ୍ଡର ବିକ୍ରି କରୁଥିଲେ। ଗୋଟିଏ ଛୋଟ ସିଲିଣ୍ଡର ପିଛା ସେମାନେ ୧୦,୦୦୦ ଟଙ୍କା ଆଦାୟ କରୁଥିଲେ। ତେବେ ଅକ୍ସିଜେନ୍‌ ବଦଳରେ ସେମାନେ ନିଆଁଲିଭା ଗ୍ୟାସ୍‌ ଦେଉଛନ୍ତି ବୋଲି ଜଣାପଡ଼ିବା ପରେ ଜଣେ କ୍ରେତା ଗୀତା ଅରୋରା ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ଚଢ଼ାଉ କରି ଦୁଇ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫ଟି ଫାୟାର୍‌ ଏକ୍‌ଷ୍ଟିଙ୍ଗୁଇସର୍‌ ସିଲିଣ୍ଡର ଜବତ କରିଛି। ଏହି ସିଲିଣ୍ଡରର ବଜାର ଦର ୯୫୦ ଟଙ୍କା ଥିବା ବେଳେ ଏହାକୁ ଠକମାନେ ୧୦,୦୦୦ ଟଙ୍କାରେ ବିକ୍ରି କରି ବେଶ୍‌ ଲାଭ ଉଠାଉଥିଲେ। ଦିଲ୍ଲୀରେ ଅକ୍ସିଜେନ୍‌ ପାଇଁ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ଦେଖି ଏଭଳି ଠକିବାକୁ ଯୋଜନା କରିଥିବା ଦୁଇ ଯୁବକ ପୁଲିସ ଆଗରେ ସ୍ବୀକାର କରିଛନ୍ତି।

Leave A Reply

Your email address will not be published.