ଦେଶରେ ପ୍ରଥମ: ଚୀନରୁ ଭୁବନେଶ୍ବରରେ ପହଁଞ୍ଚିଲା ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ବର: କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ଅସ୍ତବ୍ୟସ୍ତ ଦେଶବାସୀ। କରୋନା ମାମଲା ବଢ଼ିବା ସହିତ ଦେଶରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ମଧ୍ୟ କରୋନା ସ୍ଥିତ ସଙ୍ଗୀନ। ଓକ୍ସିଜେନ୍ ଅଭାବରୁ ବହୁ ଲୋକଙ୍କ ପ୍ରାଣ ଚାଲି ଯାଉଥିବା ବେଳେ ଓଡ଼ିଶା ସମଗ୍ର ଦେଶର କଣୋ ଅନୁକୋଣକୁ ଅକ୍ସିଜେନ୍ ସିଲିଣ୍ଡର ପଠାଇ ସାହାଯ୍ୟ କରୁଛି। ଏପର୍ଯ୍ୟନ୍ତ ଓଡ଼ିଶା ୧୫ରୁ ୧୬ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କରୁଛି। ତେବେ ଏସବୁ ମଧ୍ୟରେ ଚୀନ୍ରୁ ଆସିଲା ଅକ୍ସିଜେନ୍ ସିଲିଣ୍ଡର। ଚୀନ୍ରୁ ପ୍ରଥମ ଥର ଭୁବନେଶ୍ୱର ଆସିଛି ଅକ୍ସିଜେନ୍ ସିଲିଣ୍ଡର। ଚୀନ୍ରୁ ଅକ୍ସିଜେନ୍ ସିଲିଣ୍ଡର ଆସିବା ଦେଶରେ ପ୍ରଥମ।
Living up to its commitment of ensuring Oxygen availability for all #Covid affected, #Odisha organised medical oxygen cylinders from abroad; the first lot sponsored through CSR of @AMNSIndia arrived today at Biju Patnaik International Airport.#OxygenSecurity #OdishaFightsCorona pic.twitter.com/KMg6y0qGpr
— CMO Odisha (@CMO_Odisha) May 30, 2021
ଅପରପକ୍ଷେ, ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ। ଅକ୍ସିଜେନ ଅଭାବରୁ କୌଣସି ରୋଗୀ ଯେମିତି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ସେନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ମଧ୍ୟ ଟ୍ୱିଟ କରି ଲେଖିଛନ୍ତି ଅସିତ୍ ତ୍ରିପାଠୀ । ଚୀନରୁ ଅକ୍ସିଜେନ୍ ସିଲିଣ୍ଡର ଆସିବା ଦେଶରେ ପ୍ରଥମ।