Odisha Link
Bridging the Missing Links in Odisha

ଦିନକରେ କରୋନାରେ ଚାଲିଗଲା ୩୩ ଜୀବନ, ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଭଳି କଟକଣା। ରାଜ୍ୟରେ ସାମାନ୍ୟ କରୋନା ସଂକ୍ରମଣ କମିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୯୫୪୧ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, କଳାହାଣ୍ଡି, ସୁନ୍ଦରଗଡ଼ ଓ ନବରଙ୍ଗପୁରରୁ ୩ ଜଣ ଲେଖାଏଁ ଲୋକଙ୍କ ଜୀବନ ଯାଇଛି। ସେହିପରି କଟକ, ଦେବଗଡ଼, କନ୍ଧମାଳ, ଖୋର୍ଦ୍ଧା, କେନ୍ଦୁଝର ଓ ଗଜପତିରୁ ୨ ଜଣ ଲେଖାଏଁ ମୃତୁବରଣ କରିଥିବା ବେଳେ ଗଞ୍ଜାମ, କୋରାପୁଟ, ମାଲକାନଗିରି, ଓ ରାୟଗଡ଼ାରୁ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭,୫୬,୬୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୫,୨୬୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬,୫୮,୬୪୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୧୯କୁ ବୃଦ୍ଧି ପାଇଥିବା ବେଳେ ୫୩ଜଣଙ୍କର ଅଣ କୋଭିଡ଼ ଯୋଗୁଁ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.