Odisha Link
Bridging the Missing Links in Odisha

ଓଡ଼ିଶାରେ ନିର୍ମାଣ ହେବ ୭ଟି ଅକ୍ସିଜେନ୍‌ ପ୍ଲାଣ୍ଟ

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ରୋଗୀଙ୍କ ପାଇଁ ସଞ୍ଜିବନୀ ପାଲଟିଛି ଅକ୍ସିଜେନ୍‌। ଓଡ଼ିଶାରେ ନିର୍ମାଣ ହେବ ୭ଟି ଅକ୍ସିଜେନ ପ୍ଲାଣ୍ଟ। ଏ ସବୁ ଅକ୍ସିଜେନ୍ ପ୍ଲାଣ୍ଟ ତିଆରି କରିବ DRDO। ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟ ଜିଲ୍ଲାରେ ଏହି ଅକ୍ସିଜେନ୍‌ ପ୍ଲାଣ୍ଟ ହେବ।

ଅକ୍ସିଜେନ୍ ପ୍ଲାଣ୍ଟର କେବଳ ସିଭିଲ୍ ଓ ଇଲେକ୍ଟ୍ରିକାଲ୍‌ କାମ NHAI କରିବ। ଅକ୍ସିଜେନ୍‌ ପ୍ଲାଣ୍ଟ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇସାରିଛି। ବୌଦ୍ଧ ଓ କଟକରେ କାମ ଆରମ୍ଭ ହୋଇସାରିଥିବା ନେଇ NHAI କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ମହାମାରୀ କରୋନା ସମୟରେ ବିଶେଷକରି ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ପରି ରାଜ୍ୟରେ ଅକ୍ସିଜେନ୍‌ର ସଙ୍କଟ ଦେଖିବାକୁ ମିଳୁଛି। ଏପରି ମୁହୂର୍ତ୍ତରେ ଓଡ଼ିଶା ସେମାନଙ୍କ ପାଖକୁ ଅକ୍ସିଜେନ୍‌ ପହଞ୍ଚାଇଛି। ରାଜ୍ୟରେ ଆଉ ୭ଟି ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ଅକ୍ସିଜେନ୍‌ ଅଭାବ ବହୁମାତ୍ରାରେ ଦୂର ହେବ।

Leave A Reply

Your email address will not be published.