Odisha Link
Bridging the Missing Links in Odisha

ସବୁ ଜିଲ୍ଲାରେ ହେବ ଅକ୍ସିଜେନ୍‌ ପ୍ଲାଣ୍ଟ, ଦେଶରେ ମୋଟ ୫୫୧

ଏହି ପ୍ଲାଣ୍ଟଗୁଡ଼ିକ ଦୀର୍ଘସ୍ଥାୟୀ ହେବା ସହ ନିରନ୍ତର ଓ ଅବ୍ୟାହତ ଅମ୍ଲଜାନ ଯୋଗାଣକୁ ନିଶ୍ଚିତ କରିବ। ଏହା ଦ୍ବାରା କୌଣସି ବି ଡାକ୍ତରଖାନା ହଠାତ୍‌ ଅମ୍ଲଜାନ ଅଭାବ ଦେଖିବନାହିଁ।

ନୂଆଦିଲ୍ଲୀ: ଦେଶର ସବୁ ଜିଲ୍ଲାରେ ଅମ୍ଲଜାନ ପ୍ରସ୍ତୁତି କାରଖାନା ରଖିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପିଏମ୍‌-କେୟାର୍ସ ଫଣ୍ଡରୁ ଏଥିପାଇଁ ଅର୍ଥ ବ୍ୟୟ କରାଯିବ। ଦେଶ ସାରା ମୋଟ ୫୫୧ଟି ପ୍ଲାଣ୍ଟ ବସିବ। ଏହି ପ୍ଲାଣ୍ଟ୍‌ ସବୁକୁ ଯଥାସମ୍ଭବ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି।

ଦେଶର ପ୍ରତି ଜିଲ୍ଲା ମୁଖ୍ୟ ମହକୁମାରେ ଥିବା ସରକାରୀ ଡାକ୍ତରଖାନାରେ ଗୋଟିଏ ଲେଖାଏଁ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ବସାିବା ପାଇଁ ପିଏମ୍-କେୟାର୍ସ ଫଣ୍ଡ୍‌ ବ୍ୟୟବରାଦ କରିଛି। ବର୍ତ୍ତମାନ ପରିସ୍ଥିତିରେ ଅମ୍ଲାଜାନ ସଙ୍କଟ ଏଡ଼ାଇବାରେ ଏହି ପ୍ଲାଣ୍ଟ୍‌ ସବୁ ବେଶ୍‌ ସହାୟକ ହେବ ବୋଲି ମୋଦି କହିଛନ୍ତି।

ପୂର୍ବ ଭଳି ବାହାରୁ ତରଳ ଅମ୍ଲଜାନ୍‌ ଯୋଗାଣ ବଳବତ୍ତର ରହିବ। ତେବେ ଏହି ପ୍ଲାଣ୍ଟଗୁଡ଼ିକ ଦୀର୍ଘସ୍ଥାୟୀ ହେବା ସହ ନିରନ୍ତର ଓ ଅବ୍ୟାହତ ଅମ୍ଲଜାନ ଯୋଗାଣକୁ ନିଶ୍ଚିତ କରିବ। ଏହା ଦ୍ବାରା କୌଣସି ବି ଡାକ୍ତରଖାନା ହଠାତ୍‌ ଅମ୍ଲଜାନ ଅଭାବ ଦେଖିବନାହିଁ।

Leave A Reply

Your email address will not be published.