Odisha Link
Bridging the Missing Links in Odisha

ଅକ୍ସିଜେନ୍‌ କଳାବଜାରୀ କରୁଥିଲା ଖାନ୍‌ ଚାଚା!

ଦିଲ୍ଲୀର 'ଖାନ୍‌ ଚାଚା' ରେସ୍ତୋରାଁ ଓ 'ନେଗେ ଜୁ' ବାର୍‌ ଓ ରେସ୍ତୋରାଁର ମାଲିକ ନବନୀତ କାଲ୍ରାଙ୍କୁ ଖୋଜୁଛି ପୁଲିସ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କୋଭିଡ୍‌ ସଂକ୍ରମଣ ହୁ ଡୁ ହୋଇ ବଢ଼ୁଥିବା ବେଳେ ଅକ୍ସିଜେନ୍‌ ଅଭାବ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଏଭଳି ସମୟରେ ଅକ୍ସିଜେନ୍‌ କଳାବଜାରୀ କରୁଥିବା ରେସ୍ତୋରାଁ “ଖାନ୍‌ ଚାଚା” ଉପରେ ଚଢ଼ାଉ କରି ପୁଲିସ ୯୬ଟି ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର ଜବତ କରିଛି। ରେସ୍ତୋରାଁର ମ୍ୟାନେଜର ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏହାର ମାଲିକ ବି ଏବେ ପୁଲିସ ସ୍କାନରରେ।

‘ଖାନ୍‌ ଚାଚା’ ରେସ୍ତୋରାଁର ମାଲିକ ହେଉଛନ୍ତି ଦିଲ୍ଲୀର ପ୍ରସିଦ୍ଧ ବ୍ୟବସାୟୀ ନବନୀତ କାଲ୍ରା। ଖାନ୍‌ ମାର୍କେଟ୍‌ରେ ଗ୍ରାହକଙ୍କୁ ଆକ୍ୟଷ୍ଟ କରିବା ପାଇଁ ସେ ଏହି ନାମରେ ରେସ୍ତୋରାଁ ଖୋଲିଥିଲେ। ଲୋଧି କଲୋଦୀରେ ନେଗେ ଜୁ ନାମରେ ତାଙ୍କର ଆଉ ଏକ ବାର୍‌ ଓ ରେସ୍ତୋରାଁ ମଧ୍ୟ ରହିଛି। ଏତଦ୍‌ ଭିନ୍ନ ଦିଲ୍ଲୀର ପ୍ରସିଦ୍ଧ ଦୟାଲ ଅପ୍ଟିକାଲ୍‌ସର ମାଲିକ ହେଉଛନ୍ତି ନବନୀତ। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ଖୋଜୁଥିବା ବେଳେ ଏବେ ସେ ଫେରାର୍‌ ଅଛନ୍ତି।

ଅକ୍ସିଜେନ୍‌ କନସେଣ୍ଟ୍ରେଟର ହେଉଛି ଏକ ଛୋଟ ଅକ୍ସିଜେନ୍‌ ତିଆରି ଯନ୍ତ୍ର। ଅମ୍ଲଜାନ ଟାଙ୍କିର ଅଭାବ ସମୟରେ ଏଗୁଡ଼ିକୁ ଚୋରାରେ ବିକ୍ରି କରି ଗୋଟିଏ କନ୍‌ସେଣ୍ଟ୍ରେଟର ପିଛା ୭୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଆଯାଉଥିଲା। ଏସବୁର ଆକାର ଅନୁଯାୟୀ ପ୍ରକୃତ ବଜାର ମୂଲ୍ୟ ୨୦ରୁ ୪୦ ହଜାର ମଧ୍ୟରେ ହେବ।

Leave A Reply

Your email address will not be published.