Odisha Link
Bridging the Missing Links in Odisha

ନିଷ୍ଠୁର କରୋନା: ଅକ୍ସିଜେନ୍‌ ଅଭାବରୁ ଆଖିବୁଜିଲା ମା’, ସାନିଟାଇଜର ପିଇ ଆତ୍ମହତ୍ୟା କଲା ଝିଅ

ମହାରାଷ୍ଟ୍ର: ଦେଶରେ କରୋନା ସଂକ୍ରମଣ ହାର ହୁହୁ ବଢ଼ିବାରେ ଲାଗିଛି। ଅକ୍ସିଜେନ, ଆଇସିୟୁ, ଚିକିତ୍ସା ଅଭାବରୁ ପ୍ରତିଦିନ ବହୁ ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ଏହାରି ମଧ୍ୟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଅସୁସ୍ଥ ମା’ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍ କି ଅକ୍ସିଜେନ ନମିଳିବାରୁ ମା’ଙ୍କ ମୃତ ହୋଇଥିଲା। ଆଖି ଆଗରେ ମା’ର ମୃତ୍ୟୁ ଦେଖି ସାନିଟାଇଜର ପିଇ ଆତ୍ମହତ୍ୟା କରିଛି ଝିଅ ଶିବାନୀ। ଏଭଳି ଏକ ଦୁଃଖଦ ଘଟଣା ମହାରାଷ୍ଟ୍ରର ନାସିକରେ ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଶିବାନୀ ନାସିକର ଦିଣ୍ଡୋରି ତହସିଲ ଅନ୍ତର୍ଗତ ଆଶେ ଗାଁରେ ବସବାସ କରନ୍ତି । ହଠାତ ତାଙ୍କ ମା’ଙ୍କ ଶରୀର ଅସୁସ୍ଥ ହେବା ସହ ନିଶ୍ବାସ ନେବାରେ ବି ଅସୁବିଧା ହୋଇଥିଲା। ତେଣୁ ସେ ମା’ଙ୍କୁ ଚିକିତ୍ସା ପାଇଁ ନାସିକ ରୋଡ ସ୍ଥିତ ବେଟକୋ କୋଭିଡ ସେଣ୍ଟରକୁ ଆଣିଥିଲେ।

ମାତ୍ର ସେଠାରେ ଚିକିତ୍ସା ପାଇଁ ବେଡ କି ଅକ୍ସିଜେନ ମିଳିନଥିଲା। ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ତାଙ୍କ ମା’ଙ୍କ ମୃତ୍ୟ ହୋଇଥିଲା। ଆଖି ଆଗରେ ମା’ର ମୃତ୍ୟୁର ଦୁଃଖକୁ ସହ୍ୟ ନ କରି ପାରି ଶିବାନୀ ହସ୍ପିଟାଲ ପରିସରରେ ଥିବା ସାନିଟାଇଜର ପିଇ ଆତ୍ମହତ୍ୟା କରିଛନ୍ତି।

Leave A Reply

Your email address will not be published.