Odisha Link
Bridging the Missing Links in Odisha

ନଭିମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଭିଡ଼ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଅପ୍ରେଲରୁ ବ୍ୟବହାର କରି ଆସୁଥିଲେ।

ଏହାର ଭଡ଼ା ବାବଦ ଦେୟ ଦୁଇ କୋଟି ୧୬ ହଜାର ଟଙ୍କା ଥିବା ବେଳେ, ମହାମାରୀର ଏ ବିପଦ ସମୟରେ ମାନଵିକତା ତଥା ମୁମ୍ବାଇର ଜନସାଧାରଣଙ୍କ ପ୍ରତି ସଦିଚ୍ଛାପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ ଓଡ଼ିଶା ଭବନ ଭଡା ଦେୟକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.