Odisha Link
Bridging the Missing Links in Odisha

ପ୍ରଶାନ୍ତ କିଶୋର ଓ ଯଶଓ୍ବନ୍ତ ସିହ୍ନାଙ୍କୁ ରାଜ୍ୟସଭା ପଠାଇବ ଟିଏମ୍‌ସି

ବ୍ୟୁରୋ: ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ୨୧୩ ଆସନ ଜିତି ତୃତୀୟ ଥର ପାଇଁ ସରକାର ଗଢ଼ିଥିବା ଟିଏମ୍‌ସି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ବରିଷ୍ଠ ରାଜନେତା ଯଶଓ୍ବନ୍ତ ସିହ୍ନାଙ୍କୁ ରାଜ୍ୟସଭା ପଠାଇପାରେ। ଏ ନେଇ ଦଳ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।

ଦଳକୁ ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ବିପୁଳ ଭୋଟରେ ବିଜୟୀ କରାଇଥିବା ପ୍ରଶାନ୍ତ କିଶୋରରାଜନୈତିକ ରଣନୀତି ପ୍ରସ୍ତୁତ କରିବା କାର୍ଯ୍ୟରୁ ସନ୍ନ୍ୟାସ ନେଲେ ବୋଲି ନିକଟରା ଘୋଷଣା କରିଥିବା ବେଳେ ବିଜେପିର ବରିଷ୍ଠ ନେତା ଭାବେ ଜଣାଶୁଣା ଯଶଓ୍ବନ୍ତ ସିହ୍ନା ନିକଟରେ ଦଳ ଛାଡ଼ି ଟିଏମ୍‌ସିରେ ଯୋଗ ଦେଇଥିଲେ। ସିହ୍ନା ଏବେ ଟିଏମ୍‌ସିର ଉପସଭାପତି ଅଛନ୍ତି।

ବିଧାନସଭା ନିର୍ବାଚନ କାରଣରୁ ପଶ୍ଚିମବଙ୍ଗ ଭାଗରୁ ୨ ରାଜ୍ୟସଭା ଆସନ ଏବେ ଖାଲିପଡ଼ିଛି। ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମ୍‌ସି ସାଂସଦ ଦିନେଶ ତ୍ରିବେଦୀ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଅନୁରୂପ ଭାବେ ସାଂସଦ ମାନସ ଭୂୟାଁ ଏଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କ ଆସନ ମଧ୍ୟ ଖାଲିହେଉଛି। ଏହି ଦୁଇ ଆସନ ପାଇଁ ଟିଏମ୍‌ସି ପକ୍ଷରୁ ପ୍ରଶାନ୍ତ କିଶେୋର ଓ ଯଶଓ୍ବନ୍ତ ସିହ୍ନା ପ୍ରାର୍ଥୀ ହେବେ ବୋଲି ଏବେ ଚର୍ଚ୍ଚା ହେଉଛି।

ଏହି ଦୁଇଜଣ ରାଜ୍ୟସଭା ଗଲେ ଟିଏମ୍‌ସିକୁ ଦୀର୍ଘସୂତ୍ରୀ ଫାଇଦା ମିଳିବାର ସମ୍ଭାବନା ରହିଛି। ନିଜର ରଣନୀତି ଦ୍ବାରା ଟିଏମ୍‌ସିକୁ ବିଜୟୀ କରିଥିବା ପ୍ରଶାନ୍ତ କିଶୋର ପରେ ମଧ୍ୟ ଦଳ ପାଇଁ ସମାନ କାମ କରିପାରିବେ। ଅନୁରୂପ ଭାବେ ସଂସଦରେ ଦୀର୍ଘସମୟ ଧରି ଥିବା ଅଭିଜ୍ଞ ରାଜନେତା ଯଶଓ୍ବନ୍ତ ସିହ୍ନା ଟିଏମ୍‌ସି ସାଂସଦ ହେଲେ ବିଜେପିକୁ ମାତ୍‌ ଦେଇପାରିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.