Odisha Link
Bridging the Missing Links in Odisha

ବିଜେପିର ଅଭିଯୋଗ, ବାହାନଗା ଦୁର୍ଘଟଣା ପଛରେ ମମତାଙ୍କ ଟିଏମ୍‌ସିର ହାତ!

ଦୁଇ ରେଳ ଅଧିକାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଅଡିଓ କ୍ଲିପ୍ ବିଷୟରେ ନିଜ ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଥିଲେ।

ଓଏଲ୍‌ ବ୍ୟୁରୋ: ବାଲେଶ୍ୱରରେ ଘଟିଥିବା ଟ୍ରେନ ଦୁର୍ଘଟଣା ପରେ ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି। ଗତ ଶୁକ୍ରବାର ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଏହି ଦୁର୍ଘଟଣା ପରେ ତଦନ୍ତ ଜାରି ହୋଇଛି। ଦୁର୍ଘଟଣା ପଛର କାରଣ କଣ ହୋଇପାରେ, ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ରେଳମନ୍ତ୍ରୀଙ୍କ ଇସ୍ତଫା ପାଇଁ ଅନେକ ଦଳୀୟ ନେତା ଅଭିଯୋଗ କରିଥିବା ସାମ୍ନାକୁ ଆସିଛି।

ବାହାନଗା ଦୁର୍ଘଟଣା ପଛରେ ମମତାଙ୍କ ଟିଏମ୍‌ସିର ହାତ ଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ। ସେ ପ୍ରଶ୍ନ କରିଛନ୍ତି, ଦୁଇ ରେଳ ଅଧିକାରୀଙ୍କ ମଧ୍ୟରେ ଫୋନ କଲରେ ହୋଇଥିବା କଥାବାର୍ତା ଟିଏମସିରେ କିପରି ପହଞ୍ଚିଲା। ଏନେଇ ଯାଞ୍ଚ କରାଯିବ ନିହାତି ଆବଶ୍ୟକ। ଗତ ରବିବାର ଟିଏମସି ନେତା କୁନାଲ ଘୋଷ, ଦୁଇ ରେଳ ଅଧିକାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଏକ ଅଡିଓ କ୍ଲିପ୍ ବିଷୟରେ ନିଜ ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଥିଲେ। ତେବେ ଏନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ।

ଖବର ଅନୁସାରେ, ଗତ ଶୁକ୍ରବାର ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍‌ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍‌ ଚ୍ୟୁତ୍‌ ହୋଇ ପାଖରେ ଅନ୍ୟ ଲାଇନ୍‌ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା। ଠିକ୍‌ ଏହି ସମୟରେ ଅନ୍ୟ ଏକ ଲାଇନ୍‌ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଦ୍ରୁତଗତିରେ ପାସ୍ କରୁଥିଲା।

ଏହି ଟ୍ରେନ୍‌ ଲାଇନ୍‌ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଛାତିଥରା ରେଳ ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ଦୁର୍ଘଟଣାରେ ଅନେକ ଜୀବନ ଚାଲିଯାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି।

Leave A Reply

Your email address will not be published.