Odisha Link
Bridging the Missing Links in Odisha

ଖୋର୍ଧା DRMଙ୍କ ସନ୍ଦେହ, ଜାଣିଶୁଣି କେହି ଘଟାଇଛି ରେଳ ଦୁର୍ଘଟଣା

ଭୁବନେଶ୍ବର: ଜୁନ୍‌ ୨ ଶୁକ୍ରବାର ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୟଙ୍କର ଦୁର୍ଘଟଣାର କାରଣ ଖୋଜା ଚାଲିଥିବା ବେଳେ ଖୋର୍ଧା ଡିଆରଏମ ରିଙ୍କେଶ ରାୟ ବିସ୍ଫୋରକ ବୟାନ ଦେଇଛନ୍ତି।

ସେ କହିଛନ୍ତି ଯେ, ମେନ୍ ଲାଇନରେ ଗ୍ରୀନ୍ ସିଗନାଲ ଥିଲା। ପ୍ରି କଣ୍ଡିସନ ଠିକ୍ ଥିଲେ ହିଁ ଗ୍ରୀନ ସିଗନାଲ ହୋଇଥାଏ। ଯଦି କିଛି ତ୍ରୁଟି ଥିବ,ତେବେ କେବେ ବି ଗ୍ରୀନ୍ ସିଗନାଲ ହେବ ନାହିଁ, ରେଡ୍ ଲାଇଟ ଜଳିବ। କରମଣ୍ଡଳ ଏକସପ୍ରେସ୍ ଯାଉଥିବା ମେନ୍ ଲାଇନରେ ଗ୍ରୀନ୍ ସିଗନାଲ ଥିଲା ବୋଲି ଡାଟା ଲକ୍‌ରୁ ତାହା ସ୍ପଷ୍ଟ ହୋଇଛି। ଏହି କାରଣରୁ ସିଗନାଲକୁ ଫିଜିକାଲି ଟାମ୍ପିରିଂ କରାଯାଇଥିବା ସନ୍ଦେହ କରିଛନ୍ତି ଖୋର୍ଦ୍ଧା ଡିଆରଏମ୍।

ଅନ୍ୟପଟେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଏକ ଟିମ୍‌ ବାଲେଶ୍ବରରେ ପହଞ୍ଚିସାରିଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ସିବିଆଇର ୧୦ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ତଦନ୍ତ ସୁପାରିଶ କରାଯାଇଥିଲା। ଏହା ପରେ ଏକ ଟିମ୍ ଘଟଣାସ୍ଥଳରେ ପହଂଚିଛି। ଘଟଣାର ପ୍ରାଥମିକ ଯାଂଚ ଆରମ୍ଭ କରିଛନ୍ତି ସିବିଆଇ ଅଧିକାରୀ। କେଉଁ ପରିସ୍ଥିତିରେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା? ଏହି ଦୁର୍ଘଟଣା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ରହିଛି କି? ସିବିଆଇ ଅଧିକାରୀମାନେ ଏସବୁର ଯାଞ୍ଚ କରିବେ। ପ୍ରାଥମିକ ଅନୁସନ୍ଧାନ ପରେ ସିବିଆଇ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.