Odisha Link
Bridging the Missing Links in Odisha

ଆତଙ୍କବାଦୀ ଆକ୍ରମଣ, ୫୦ରୁ ଉର୍ଦ୍ଧ୍ବ ମୃତ

ବ୍ୟୁରୋ: ଲଗାତାର ତିନୋଟି ବୋମା ବିସ୍ଫୋରଣରେ ଆଫଗାନିସ୍ଥାନର ରାଜଧାନୀ କାବୁଲରେ ୫୦ ଜଣରୁ ଅଧିକଙ୍କର ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ରୀ ଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ କାବୁଲର ଶୟେଦ ଅଲ୍-ସୁହାଦା ବାଳିକା ବିଦ୍ୟାଳୟ ବାହାରେ ଶନିବାର ପ୍ରଥମେ ଗୋଟିଏ ବୋମା ଫୁଟିଥିଲା। ଭୟରେ ସ୍କୁଲର ଛାତ୍ରୀମାନେ ବାହାରକୁ ଦୌଡ଼ୁଥିବା ସମୟରେ ଆଉ ଦୁଇଟି ବୋମା ଫୁଟିଥିଲା। ଆଫ୍‌ଗାନ୍‌ ସରକାରୀ ବିଜ୍ଞପ୍ତିରେ କହାଯାଇଛି ଯେ ୧୦୦ରୁ ଅଧିକ ଏହି ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇତିବା ବେଳେ ଅଧିକାଂଶ ସ୍କୁଲ ଛାତ୍ରୀ ଅଛନ୍ତି।

ଆସନ୍ତା ସପ୍ତାହରେ ଇଦ୍‌ ପାଇଁ ଗତକାଲି ବଜାରରେ ଭିଡ଼ ଥିବା ସମୟରେ ଏହି ଆକ୍ରମଣ ଘଟିଛି। ତାଲିବାନ୍‌ ସଂଗଠନ ଏହି ଆକ୍ରମଣ ପଛରେ ରହିଛି ବୋଲି ସରକାର କହିଛନ୍ତି। ପୂର୍ବରୁ ମଧ୍ୟ ବିଭିନ୍ନ ବିଦ୍ୟାଳୟରେ ସେମାନେ ଆକ୍ରମଣ ଘଟାଇଛନ୍ତି। ଧର୍ମୀୟ ଅନ୍ଧତ୍ବର ଶିକାର ତାଲିବାନ ନାରୀ ଶିକ୍ଷାକୁ କଡ଼ା ବିରୋଧ କରିଆସୁଛି।

Leave A Reply

Your email address will not be published.