Odisha Link
Bridging the Missing Links in Odisha

କରୋନା ପଜିଟିଭ ଥିଲେ ନିଅନ୍ତୁ ନାହିଁ ଟିକା

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। କରୋନା ଏବେ ଲମ୍ବ ଡିଆଁ ମାରି ଦୈନିକ ୮୦୦୦ରୁ ଅଧିକ ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହେଉଛନ୍ତି। ଯାହା ଚିନ୍ତାଜନକ ପରିସ୍ଥି୍ତି ସୃଷ୍ଟି କଲାଣି। ଏହାରି ଭିତରେ କରୋନା ଟିକାକୁ ନେଇ  ଏକ ବଡ଼ଖବର ସାମାନାକୁ ଆସିଛି। କରୋନାରେ ଆକ୍ରାନ୍ତ ଥିଲେ ଟିକା ନନେବାକୁ ପରାମର୍ଶ ଦିଆଯାଇଛି।

କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଟିକା ନନେବାକୁ ଡାକ୍ତରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଏଭଳି ପରାମର୍ଶ ଦେଇଛନ୍ତି। ପଜିଟିଭ ଅବସ୍ଥାରେ ଟିକା ନେଲେ ଭଲ ବଦଳରେ ଅଧିକ କ୍ଷତି ହେବ ବୋଲି ଶ୍ରୀ ସାହୁ କହିଛନ୍ତି।  ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଉଦଘାଟନ ବେଳେକ୍ୟାପିଟାଲ ହସ୍ପିଟାଲର ନିଦେ୍ର୍ଧଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଏହିପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.