Odisha Link
Bridging the Missing Links in Odisha

ଏହି ରାଜ୍ୟରେ ଜୁନ୍‌ ୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ହାର କମିବାର ନାଁ ଧରୁନଥିବା ବେଳେ ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ରରେ ସରକାର ଜୁନ୍ ୧ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ଲକଡାଉନ୍ ସମୟ ବଢ଼ାଇଛନ୍ତି। ଏଥି ସହିତ କଟକଣାକୁ ଆହୁରି କଡାକଡି କରିଛନ୍ତି।

ଏଣିକି ଯେକୌଣସି ପ୍ରକାରର ଯାନବାହନରେ ରାଜ୍ୟକୁ ପ୍ରବେଶ କରୁଥିବା ବ୍ୟକ୍ତିମାନେ ସାଥିରେ ‘ନେଭେଟିଭ୍‌ ଆର୍‌ଟି-ପିସିଆର୍‌’ ରିପୋର୍ଟ ଆଣିବା ବାଧ୍ୟତାମୂଳକ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି। ଖାସ୍ କରି ସେହି ରାଜ୍ୟମାନଙ୍କ ପାଇଁ ଯେଉଁଠାରେ କରୋନା ସଂକ୍ରମଣ ଅଧିକ ରହିଛି।

ଲକଡାଉନ୍ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ବାକି ସବୁ ସେବା ବନ୍ଦ ରହିବ। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୮୨.୫୧ ପ୍ରତିଶତ ରହିଛି। ‘ଲକ୍‌ଡାଉନ୍‌’ କଟକଣା ଯୋଗୁଁ ରାଜ୍ୟର ୪୫ଟି ଜିଲ୍ଲାରୁ ୧୨ଟି ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇଛି।

Leave A Reply

Your email address will not be published.