Odisha Link
Bridging the Missing Links in Odisha

ଝାରପଡା ଜେଲରେ ଚାଲିଛି କଏଦୀଙ୍କ ଗଞ୍ଜେଇ ଆସର

ଭୁବନେଶ୍ୱର: ଝାରପଡା ଜେଲରେ ଚାଲିଛି କଏଦୀଙ୍କ ବେଧଡକ ଗଞ୍ଜେଇ ଆସର। ଜେଲ୍ କଏଦୀ ମାନେ ମଣ୍ଡଳୀ ହୋଇ ଏକାଠି ବସି ନେଉଛନ୍ତି ଗଞ୍ଜେଇ। ଖାଲି ସେତିକି ନୁହେଁ ଜେଲ୍ ଭିତରେ ନିଶା ଦ୍ରବ୍ୟ ଠାରୁ ଆରମ୍ଭ କରି ମୋବାଇଲ୍ ଫୋନ୍ ସବୁକିଛିର ବ୍ୟବସ୍ଥା ରହିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

କଏଦୀ ମାନେ ଜେଲ୍ ପରିସରରେ ସବୁ ପ୍ରକାରର ମଉଜ ମଜଲିସ୍ କରୁଛନ୍ତି। ଭାଇରାଲ୍ ଭିଡିଓଟି ପଣା ସଂକ୍ରାନ୍ତିର ବୋଲି କୁହାଯାଉଛି । ନିକଟରେ ଝାରପଡା ଜେଲ୍ର ସ୍ୱତନ୍ତ୍ର କାରାଗାରରୁ ଦୁଇଟି ମୋବାଇଲ୍ ଫୋନ୍ ମିଳିଥିଲା ବର୍ତ୍ତମାନ ସୁଦ୍ଧା ଜେଲ୍ ଭିତରୁ ୧୩ଟି ଫୋନ୍ ମିଳିଥିଲା।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବାବେଳେ ଏହାକୁ ଏକ ଚକ୍ରାନ୍ତ ବୋଲି କହିଛନ୍ତି ଜେଲ ଡିଆଇଜି। ଭିଡିଓଟି କେବେର ଜଣାପଡ଼ିନଥିବାବେଳେ ଏହାର ଅନୁସନ୍ଧାନ ଜାରି ରହିଛି ବୋଲି ଡିଆଇଜି କହିଛନ୍ତି। ଭିଡିଓଟି ବୋଧେ କରୋନା ପୂର୍ବବର୍ତ୍ତୀ ସମୟର ବୋଲି ସେ କହିଛନ୍ତି। ତେବେ ଅପରେସନ କ୍ଲିନକୁ ଡାଇଭର୍ଟ କରିବା ପାଇଁ ଏହା ଏକ ଚକ୍ରାନ୍ତହୋଇଥାଇପାରେ ବୋଲି ଜେଲ ଡିଆଇଜି କହିଛନ୍ତି। ଅନ୍ୟପକ୍ଷରେ ଆଜି ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟଧିରେନ୍ଦ୍ର ନାଥ ବାରିକଙ୍କୁ ଆଜି ରାଜ୍ୟ ସରକାର ବଲାଙ୍ଗିର ବଦଳି କରିଥିବା ଜଣାଯାଇଛି।

Leave A Reply

Your email address will not be published.