Odisha Link
Bridging the Missing Links in Odisha

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଘଟଣା : ଝାରପଡା ଜେଲରେ ଇଡି

କୋର୍ଟର ଅନୁମତି କ୍ରମେ ବ୍ଲାକମେଲ କୁଇନ ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବେ ଇଡି ଅଧିକାରୀ

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ମାମଲାରେ ଆଉ ଏକ ମୋଡ଼। ଆଜି ଅର୍ଚ୍ଚନା ନାଗଙ୍କୁ ଜେଲରେ ଜେରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ। ଜଣେ ମହିଳା ଅଧିକାରୀଙ୍କ ସହିତ ୪ଜଣିଆ ଟିମ୍ ଜେଲରେ ପହଁଚିଥିବା ସୂଚନା। କୋର୍ଟର ଅନୁମତି କ୍ରମେ ବ୍ଲାକମେଲ କୁଇନ ଅର୍ଚ୍ଚନାଙ୍କୁ ଜେଲରେ ଜେରା କରିବେ ଇଡି ଅଧିକାରୀ। ଆସନ୍ତାକାଲି ଖଗେଶ୍ୱରଙ୍କୁ ଜେଲରେ ପଚରାଉଚରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ। ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଖଗେଶ୍ୱରଙ୍କୁ ଗୋଟିଏ ଗୋଟିଏ ଦିନ ଜେରା କରିବା ନେଇ ଇଡି କୋର୍ଟରେ ଆବେଦନ କରିଥିଲା । କୋର୍ଟ ଇଡିର ଆବେଦନକୁ ଗ୍ରହଣ କରିବା ସହ ଜେରା କରିବା ପାଇଁ ଅନୁମତି ପ୍ରଦାନ କରିଥିବା ସୂଚନା।

ବହୁ ଚର୍ଚ୍ଚିତ ମନି ଲଣ୍ଡରିଂ ମାମଲାରେ ଦୁଇ ଜଣଙ୍କ ବିରୋଧରେ ପୁଣି ଥରେ ଅନେକ ତଥ୍ୟ ଓ ପ୍ରମାଣ ମିଳିଥିବାବେଳେ ସେହି ତଥ୍ୟ ଓ ପ୍ରମାଣ ସହିତ ଦୁଇ ଜଣଙ୍କ କଥାର ସତ୍ୟତା ଯାଂଚ କରିବା ପାଇଁ ଜେରା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ସହ ଏହି ମାମଲାରେ ସମ୍ପୃକ୍ତ ଥିବା ଅନେକ ବ୍ୟକ୍ତିଙ୍କୁ ରିମାଣ୍ଡରେ ନେଇ ଜେରା କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ। ଏବେ ଅର୍ଚ୍ଚନା ନାଗଙ୍କ ସମ୍ପତି ବାଜ୍ୟାପ୍ତି ନେଇ ପ୍ରକ୍ରିୟା ଆରମ୍ଭ ହେବା ପରେ ସତ୍ୟବିହାରରେ ଥିବା ତାଙ୍କ ଆଲିସାନ୍ ବଙ୍ଗଳାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଘଟଣାର ସତ୍ୟତା ପାଇଁ ଇଡି ଅଧିକାରୀ ତଦନ୍ତ ଜାରି କରିଛନ୍ତି।

Leave A Reply

Your email address will not be published.