Odisha Link
Bridging the Missing Links in Odisha

ରାଜଧାନୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ : ଅସୁରକ୍ଷିତ ମହିଳା ପୁଲିସ ଅଧିକାରୀ

୨ ଦିନ ତଳେ ଘଟଣା ଘଟିଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ

ଓଏଲ୍‌ ବ୍ୟୁରୋ : ରାଜଧାନୀର ରାଜରାସ୍ତାରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ବର୍ତ୍ତିପାରିଲେନି ମହିଳା ପୁଲିସ ଅଧିକାରୀ। ଥାନାରୁ ଡ୍ୟୁଟି ସାରି ନିଜ କାର୍‌ରେ ରାତିରେ ଘରକୁ ଫେରୁଥିଲେ ପୁଲିସ୍ SI ଶୁଭଶ୍ରୀ ନାୟକ। ସେହି ସମୟରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ନିକଟ ସାଇନ୍ସ ପାର୍କ ପାଖରେ ତାଙ୍କ କାର୍‌କୁ ଧକ୍କା ଦେବାକୁ ଚେଷ୍ଟା କରିଥିଲା ଏକ ଇନୋଭା। ଏହାପରେ ଶୁଭଶ୍ରୀ ନିଜ ବାଟରେ ଯାଇଥିବା ବେଳେ ଅଭିଯୁକ୍ତମାନେ କିନ୍ତୁ ତାଙ୍କ ପିଛା କରିଥିଲେ। ମହିଳା ଅଫିସରଙ୍କୁ ଦୁର୍ବୃତ୍ତମାନେ ଗାଡ଼ିରେ ପିଛା କରିବାରୁ ପୁଲିସ୍‌ ରିଜର୍ଭ ଗ୍ରାଉଣ୍ଡରେ ପଶି ସେ ନିଜକୁ ବଞ୍ଚାଇଥିବା ସୂଚନା ମିଳିଛି। ପରେ ଅଭିଯୁକ୍ତ ମାନେ ଫେରାର ହୋଇଥିବା ଜଣା ପଡିଛି।

ଖବର ଅନୁସାରେ ଦୁର୍ବୁତ୍ତଙ୍କ ନିକଟରେ ମାରଣାସ୍ତ୍ର ଥିବା ବେଳେ ସେମାନେ ଶୁଭଶ୍ରୀଙ୍କୁ ଗାଳିଗୁଲଜ କରି ଧମକ ଦେଉଥିଲେ। ଘଟଣାଟି ୨ ଦିନ ତଳେ ଘଟଣା ଘଟିଥିବା ବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୁଲିସ୍‌। ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଅନେକ ଆତଙ୍କରାଜ ଘଟଣା ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ଆତଙ୍କରାଜ ସବୁ ସୀମା ଟପି ଯାଇଥିବା କୁହାଯାଉଛି। ଯେତେବେଳେ ସହରର ରକ୍ଷକ ନିଜେ ସୁରକ୍ଷିତ ନୁହେଁ ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା ଦୁର୍ବୁତ୍ତ ମାନେ କଣ କରିବେ ତାହା ଅତ୍ୟନ୍ତ ଲଜ୍ଜାଜନକ।

Leave A Reply

Your email address will not be published.