Odisha Link
Bridging the Missing Links in Odisha

ବନ୍ଧ ତଳକୁ ଖସିଲା ଯାତ୍ରୀବାହୀ ବସ୍, ୨୫ ଆହତ

ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୨୫ ଆହତଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା

ଓଏଲ୍‌ ବ୍ୟୁରୋ : ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣା ପଡିଛି। ବସ୍- ହାଇଓ୍ୱା ଧକ୍କା ହେବା ଦ୍ୱାରା ରାସ୍ତା ତଳକୁ ଖସିଯାଇଛି ଯାତ୍ରୀବାହି ବସ। ଘଟଣାଟି କଟକ ଚାନ୍ଦବାଲି ରାସ୍ତା ନିକଟରେ ଘଟିଥିବାବେଳେ ଛପୋଲିଆ ନଦୀ ରାସ୍ତାରେ ଓଲଟିଯାଇଛି ଯାତ୍ରୀବାହି ବସ। ଭାରସାମ୍ୟ ହରାଇ ବସ ଖସିଯିବା ଫଳରେ ବସରେ ଥିବା ୨୫ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଚାନ୍ଦବାଲିରୁ ୭୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା ବସ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୨୫ ଆହତଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଖବର ଅନୁସାରେ ହାଇଓ୍ୱା ଡ୍ରାଇଭର ଓ ହେଲପରଙ୍କର କିଛି ହୋଇ ନାହିଁ ବୋଲି କୁହାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି କରାଯାଇଥିବା ସୂଚନା।

Leave A Reply

Your email address will not be published.