Odisha Link
Bridging the Missing Links in Odisha

ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

୯୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ତାହାର ଅନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା

ଓଏଲ୍‌ ବ୍ୟୁରୋ : ଆମ୍ବୁଲାନ୍ସରେ ରୋଗୀ ବଦଳରେ ଯାଉଥିଲା ଗଂଜେଇ ଆଉ ଧରିଲା ପୁଲିସ। ଘଟଣାଟି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ହୋଇଥିବା ବେଳେ ପୁଲିସ୍‌ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ଅଙ୍କୁନ ଗ୍ରାମର ପ୍ରଶାନ୍ତ ଗୁରୁ ଏବଂ ବରଗଡ଼ ସହରର କୈଳାସ ସିଂ। ରୋଗୀ ବଦଳରେ ଗଂଜେଇ ନେଉଥିବା ଆମ୍ବୁଲାନ୍ସରୁ ୯୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ତାହାର ଅନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି।

ସୂଚନା ଅନୁସାରେ ଏକ ଘରୋଇ ଆମ୍ବୁଲାନ୍ସ ଦ୍ରୁତ ଗତିରେ ରାସ୍ତାରେ ମାଡ଼ି ଚାଲିଥିଲାବେଳେ କୌଣସି ଗୁରୁତର ରୋଗୀ ହସ୍ପିଟାଲ ଯାଉଥିବା ଭାବି ଲୋକେ ରାସ୍ତା ଛାଡ଼ି ଦେଉଥିଲେ। କନ୍ଧମାଳ ଜିଲ୍ଲା ଗୋଛପଡା ଅଞ୍ଚଳରୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ବିପୁଳ ଗଞ୍ଜେଇ ଆସୁଥିବା କୌଣସି ସୂତ୍ରରୁ ଶଗଡ଼ ଫାଣ୍ଡି ଅଧିକାରୀ ସୂଚନା ପାଇଥିଲେ। ମଝି ରାସ୍ତାରେ ପୁଲିସ୍‌ ଗାଡିକୁ ଅଟକାଇଥିଲା ଏବଂ ଜବତ କରିଥିଲା ଗଂଜେଇ। ପୁଲିସ ଜବତ କରିଥିବା ଆମ୍ବୁଲାନ୍ସରେ କୌଣସି ରୋଗୀ ନୁହେଁ, ରୋଗୀ ପରିବର୍ତ୍ତେ ଯାଉଥିଲା ବସ୍ତା ବସ୍ତା ଗଞ୍ଜେଇ । ତେବେ ଗଂଜେଇ ଜବତ କରିବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣା ପଡିଛି।

Leave A Reply

Your email address will not be published.