Odisha Link
Bridging the Missing Links in Odisha

ହକି ବିଶ୍ବକପ: ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ବରରେ ପହଁଞ୍ଚିଲା ନେଦରଲାଣ୍ଡସ୍‌ ଟିମ୍‌

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ମହାକୁମ୍ଭ। ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ବରରେ ପହଁଞ୍ଚିଲା ନେଦରଲାଣ୍ଡସ୍‌ ଟିମ୍‌। ଏହାପୂର୍ବରୁ ଭାରତୀୟ ହକି ଦଳ ଓଡ଼ିଶାରେ ପହଁଞ୍ଚି ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍‌ରେ ଅଭ୍ୟାସ ଜାରି ରଖିଛି।

ସୂଚନା ମୁତାବିକ, ନେଦରଲାଣ୍ଡ୍‌ସ ଟିମ୍‌ ୧୦ ତାରିଖରେ ରାଉରକେଲା ଗସ୍ତ କରିବ। ଆଉ ୧୪ ତାରିଖରେ ଟୁର୍ଣ୍ଣାମେଣ୍ଟରେ ତାର ପ୍ରଥମ ମ୍ୟାଚ୍‌ ଖେଳିବ। ୨୦୧୮ରେ ନେଦରଲ୍ୟାଣ୍ଡସ ସିଲଭର ମେଡାଲ ପାଇଥିଲା। ଏହା ସହ ଏପର୍ଯ୍ୟନ୍ତ ୩ଥର ବିଶ୍ୱବିଜେତା ହୋଇଥିବା ବେଳେ ମୋଟ ୬ଥର ଫାଇନାଲକୁ ପ୍ରବେଶ କରିଛି ଟିମ୍ ନେଦରଲ୍ୟାଣ୍ଡସ। ତେଣୁ ଏଥର କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି। ଗ୍ରୁପ ସି’ରେ ନେଦରଲ୍ୟାଣ୍ଡସ ସହ ନ୍ୟୁଜିଲାଣ୍ଡ, ଚିଲି ଓ ମାଲେସିଆ ଅଛନ୍ତି।

Leave A Reply

Your email address will not be published.