Odisha Link
Bridging the Missing Links in Odisha

କାଲିଠୁ ଓଡ଼ିଶାରେ ୫ଜି ସେବା

ଅଶ୍ୱିନୀ ବୈଷ୍ଣବ, ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ

ଓଏଲ୍‌ ବ୍ୟୁରୋ : ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଫାଇଭ୍ ଜି ସେବା। ଏହି ସେବାକୁ କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲଞ୍ଚ କରିବେ। ରାଜଧାନୀ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହେବାକୁ ଯାଉଛି। ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ। ଓଡ଼ିଶାରେ ୫ଜି ସେବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୂଚନା ଅନୁସାରେ, ରାଜ୍ୟରେ ଫାଇଭ୍ ଜି ସେବା ପାଇଁ ଜାନୁଆରୀ ୨ ତାରିଖ ସୁଦ୍ଧା ୫୦୧ଟି ବିଟିଏସ୍ ପ୍ରସ୍ତୁତ ହୋଇସାରିଛି। ଅଶ୍ୱିନୀ ବୈଷ୍ଣବ, ଜାନୁଆରୀ ୨୬ ପୂର୍ବରୁ ରାଜ୍ୟରେ ଫାଇଭ୍ ଜି ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ। ଫାଇଭ୍ ଜି ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରେ ଫାଇଭ୍ ଜି ସେବା ସହିତ ରାଜ୍ୟର ଗ୍ରାମାଂଚଳରେ ୧୦୦ଟି ଟେଲିକମ୍ ଟାୱାରର ଉଦଘାଟନ କରାଯିବ।

ଏହା ସହ ପ୍ରଯୁକ୍ତି କମ୍ପାନୀ, ଷ୍ଟାର୍ଟଅପ୍ ସଂସ୍ଥା, ସିଡଟ୍ ଓ ଟେଲିକମ୍ ସେବା ପ୍ରଦାନକାରୀଙ୍କ ପକ୍ଷରୁ ଦୁଇ ଦିନିଆ ଡିଜିଟାଲ ଯୋଗାଯୋଗ ପ୍ରଦର୍ଶନୀ ଆରମ୍ଭ ହେବ। ପୂର୍ବରୁ ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ଫାଇଭ୍ ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା। ଅହମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ, ଗାନ୍ଧିନଗର, ଗୁରୁଗ୍ରାମ, ଜାମନଗର, କୋଲକାତା, ଚେନ୍ନାଇ,ଦିଲ୍ଲୀ,ମୁମ୍ବାଇ ସମେତ ଆହୁରି ଅନେକ ସ୍ଥାନରେ ଆରମ୍ଭ ହୋଇଥିଲା। ସୂଚନା ଅନୁସାରେ ୫ଜି ସେବା ୪ଜି ସେବା ଅପେକ୍ଷା ୧୦ଗୁଣା ଅଧିକ ସ୍ପୀଡରେ ଚାଲିବ ବୋଲି ଜଣା ପଡିଛି।

Leave A Reply

Your email address will not be published.