Odisha Link
Bridging the Missing Links in Odisha

ସିନେମା ହଲ ଜିମ ନୁହେଁ ଯେଉଁଠାରେ ଆପଣ ପୁଷ୍ଟିକର ଖାଦ୍ୟ ପାଇବେ : ସୁପ୍ରିମକୋର୍ଟ

ଜମ୍ମୁ-କଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦାଖଲ ହୋଇଥିବା ପିଟିଶନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିବା ସହ ଜମ୍ମୁ-କଶ୍ମୀର ହାଇକୋର୍ଟଙ୍କ ଆଦେଶକୁ ଅଗ୍ରାହ୍ୟ କରିଛନ୍ତି

ଓଏଲ୍‌ ବ୍ୟୁରୋ : ସିନେମା ହଲରେ ଖାଦ୍ୟ ନିଷେଧ ମାମଲା। ପୂର୍ବରୁ ସିନେମା ହଲରେ ବାହାର ଖାଦ୍ୟକୁ ବାରଣ ପ୍ରତିବାଦରେ ଏକ ମାମଲା ସୁପ୍ରିମକୋର୍ଟରେ ରୁଜୁ ହୋଇଥିଲା। ଏହି ମାମଲାରେ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସିନେମା ହଲ ହେଉଛି ଏକ ବ୍ୟକ୍ତିଗତ ପରିଚାଳନା ସମ୍ପତ୍ତି। ତେଣୁ ହଲ ଭିତରେ ଯାହା କିଛି ନିୟମକାନୁନ ଜାରି ହେବା ସିନେମା ହଲ ମାଲିକ ମାନଙ୍କର ନିଷ୍ପତି। ତେବେ ବାହାର ଖାଦ୍ୟକୁ ଭିତରକୁ ପ୍ରବେଶ ନେଇ ହଲ ମାଲିକଙ୍କ ନିଷ୍ପତ୍ତି ବୈଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ କହିବା ଅନୁସାରେ, ସିନେମା ହଲ ଏକ ଜିମ ନୁହେଁ ଯେଉଁଠାରେ ଆପଣ ପୁଷ୍ଟିକର ଖାଦ୍ୟ ପାଇବେ। ଜମ୍ମୁ-କଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଦାଖଲ ହୋଇଥିବା ପିଟିଶନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିବା ସହ ଜମ୍ମୁ-କଶ୍ମୀର ହାଇକୋର୍ଟଙ୍କ ଆଦେଶକୁ ଅଗ୍ରାହ୍ୟ କରିଛନ୍ତି। ପୂର୍ବରୁ ଏହି ନିର୍ଦ୍ଦେଶରେ ହାଇକୋର୍ଟ ହଲକୁ ବାହାରକୁ ଖାଦ୍ୟ ଓ ପାନୀୟ ନେବାକୁ ଅନୁମତି ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଅନ୍ୟାୟ ବୋଲି କହିବା ସହ ଏହି ନିର୍ଦ୍ଦେଶ ଦେବାବେଳେ ହାଇକୋର୍ଟ ନିଜର ଅଧିକାରର ଉଲ୍ଲଂଘନ କରିଛନ୍ତି।

ସୁପ୍ରିମକୋର୍ଟରେ ଏହି ଆବେଦନ ଜମ୍ମୁ-କଶ୍ମୀର ସିନେମା ହଲ ମାଲିକ ସଂଘ ପକ୍ଷରୁ କରାଯାଇଛି। ଏହି ମାମଲା ଜମ୍ମୁ-କଶ୍ମୀରର ଏକ ସିନେମା ହଲରେ ବାହାରୁ ଅଣାଯାଉଥିବା ଖାଦ୍ୟ ଉପରେ ନିଷେଧାଦେଶ ସହ ଜଡିତ। ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ ନରସିଂହଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ ଶୁଣାଣି ସମୟରେ ଏଭଳି କହିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ଯଦି ଦର୍ଶକ ବାହାରୁ ନେଇଥିବା ଖାଦ୍ୟ ଖାଇବା ପରେ ସିଟରେ ହାତ ପୋଛନ୍ତି ତେବେ ସଫା କରିବା ପାଇଁ ଖର୍ଚ୍ଚ କିଏ ଦେବେ ଏବଂ ଏହା ଦ୍ୱାରା ସିଟ ନଷ୍ଟ ହେଉଥିବା ସିନେମା ହଲ ମ୍ୟାନେଜମେଣ୍ଟ ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଛି। ତେବେ ସିନେମା ହଲରେ ବାହାର ଖାଦ୍ୟ ବାରଣ କରାଯିବାର ନିଷ୍ପତି ସିନେମା ହଲର ମାଲିକ ନେଇପାରିବେ ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.