Odisha Link
Bridging the Missing Links in Odisha

ସିବିଆଇ ପଞ୍ଝାରେ ରେଳ ଅଧିକାରୀ

ରେଲୱେ କର୍ମଚାରୀ ପି.କେ ଜେନା ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହେବା ପରେ ଆଜି ସକାଳୁ ତାଙ୍କ ଘରେ ପଶିଛି ସିବିଆଇ ଟିମ୍‌

ଓଏଲ୍‌ ବ୍ୟୁରୋ : ପୁଣି ଆଉ ଜଣେ ସରକାରୀ କର୍ମଚାରୀଙ୍କ ଘରେ ରେଡ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସିବିଆଇ ଜାଲରେ ରେଳ ଅଧିକାରୀ। ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ। ଭୁବନେଶ୍ୱରର ୨ଟି ସ୍ଥାନ ଏବଂ କଟକ ଓ ଜଗତସିଂହପୁରରେ ମଧ୍ୟ ସିବିଆଇର ଚଢ଼ାଉ। ଖବର ଅନୁସାରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ରେଲୱେ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ କରିଥିବାବେଳେ ଅଧିକାରୀ ଜଣକ ହେଉଛନ୍ତି ଆଇଆରଟିସିରେ ଅଧିକାରୀ ପି.କେ ଜେନା।

ରେଲୱେ କର୍ମଚାରୀ ପି.କେ ଜେନା ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହେବା ପରେ ଆଜି ସକାଳୁ ତାଙ୍କ ଘରେ ପଶିଛି ସିବିଆଇ ଟିମ୍‌। ଚଢ଼ାଉ ସମୟରେ ପି.କେ ଜେନାଙ୍କ ଘରୁ କିଛି କାଗଜପତ୍ର ଓ ନଗଦ ଟଙ୍କା, ବ୍ୟାଙ୍କ ଦସ୍ତାବିଜ, ପାସପୋର୍ଟ ଆଦ ଜବତ ହୋଇଥିବା ସୂଚନା ମିଳିଛି। ସିବିଆଇ ଅଧିକାରୀଙ୍କ ସମ୍ପୂର୍ଣ ଚଢ଼ାଉ ପରେ ରେଲୱେ କର୍ମଚାରୀଙ୍କ ପାଖରେ କେତେ ସମ୍ପତି ଅଛି ତାହା ଜଣା ପଡିବ।

Leave A Reply

Your email address will not be published.