Odisha Link
Bridging the Missing Links in Odisha

କରୋନା ସଂକ୍ରମଣ ସହ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କରୋନା ଟେଷ୍ଟିଂର ବ୍ୟବସ୍ଥା ମଧ୍ୟ କରାଯିବା ସହ ସରକାର ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରହିଛନ୍ତି

ଓଏଲ୍‌ ବ୍ୟୁରୋ : ଚୀନରେ ବଢୁଥିବା କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଅନ୍ୟ ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ବଢୁଥିବା କାରଣରୁ ଆମ ଦେଶ ପାଇଁ ବି ଏହା ଚିନ୍ତାର ବିଷୟ ପାଲଟିଛି। ଭାରତରେ ଏହା ପୁଣି ଥରେ ବ୍ୟାପିପାରେ ବୋଲି ସମସ୍ତେ ଚିନ୍ତାରେ ଥିବା ବେଳେ ଏ ନେଇ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି , ‘ଅନ୍ୟ ଦେଶରେ ସଂକ୍ରମଣ ବଢୁଛି। ଆମ ଦେଶରେ ବି କିଛି ସ୍ଥାନରେ ସଂକ୍ରମଣ ବଢ଼ିବା ଆରମ୍ଭ କରୁଛି । ତେଣୁ ଆମର ଏଠି ବି ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଏଠାରେ ସଂକ୍ରମଣ ବଢ଼ିବନି ବୋଲି କହିବା ଭୁଲ ହେବ। ବରଂ ବଢୁଥିବା ସଂକ୍ରମଣ ସହ ଯୁଦ୍ଧ କରିବା ପାଇଁ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ। ସରକାରଙ୍କ ପକ୍ଷରୁ ସର୍ଭିଲାନ୍ସ ଜାରି ରହିଥିବାବେଳେ ସଂକ୍ରମଣରୁ ଦୁରେଇ ରହିବା ପାଇଁ ଯେଉଁ ପରାମର୍ଶ ଗୁଡ଼ିକ ଦିଆଯାଇଛି ତାକୁ ମାନି ଚଳିବାକୁ ହେବ। ସଂକ୍ରମଣକୁ ନଜରରେ ରଖି ହସ୍ପିଟାଲରେ ବେଡ ପ୍ରସ୍ତୁତ କରି ରଖାଯାଇଛି। ଦରକାର ପଡ଼ିଲେ ବେଡ଼ ସଂଖ୍ୟା ବୃଦ୍ଧି କରାଯିବ। କରୋନା ଟେଷ୍ଟିଂର ବ୍ୟବସ୍ଥା ମଧ୍ୟ କରାଯିବା ସହ ସରକାର ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରହିଛନ୍ତି।’ ଆଗାମୀ ଦିନରେ ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.