Odisha Link
Bridging the Missing Links in Odisha

‘କୋଭିସିଲ୍‌ଡ୍‌’ର ୨ ଡୋଜ୍‌ ମଧ୍ୟରେ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ: ‘କୋଭିସିଲ୍‌ଡ୍‌’ର ୨ୟ ଡୋଜ୍‌ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ। ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଉତ୍ପାଦିତ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ‘କୋଭିସିଲ୍‌ଡ୍‌’ର ଦୁଇଟି ଡୋଜ୍‌ ମଧ୍ୟରେ ୧୨ ରୁ ୧୬ ସପ୍ତାହ ବ୍ୟବଧାନ ରଖିବା ପାଇଁ ‘ଦି ନ୍ୟାସ୍‌ନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେସନ୍‌’ (ଏନ୍‌ଟିଏଜିଆଇ) ପ୍ରସ୍ତାବ ଦେଇଛି। ପୂର୍ବରୁ ଏହି ବ୍ୟବଧାନ ଥିଲା ୪ ରୁ ୮ ସପ୍ତାହ।

ସେହିଭଳି, ଅନ୍ତଃସତ୍ତ୍ବା ମହିଳାମାନେ ନିଜ ପସନ୍ଦ ମୁତାବକ ଯେକୌଣସି କୋଭିଡ୍‌-୧୯ ଟିକା ବାଛି ନେଇ ପାରିବେ। ପ୍ରସବ କରିବା ପରେ ପରେ ସ୍ତନ୍ୟଦାତ୍ରୀ ମହିଳାମାନେ ମଧ୍ୟ ଯେକ‌ୌଣସି ଦିନ ଏହି ଟିକା ନେଇପାରିବେ।

ଏଥିସହ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ବ୍ୟକ୍ତିମାନେ ଆରୋଗ୍ୟ ହେବାର ୬ ମାସ ପରେ ଟିକା ନେବା ଉଚିତ ବୋଲି ଟିକାକରଣ କମିଟି ‘ଏନ୍‌ଟିଏଜିଆଇ’ ପ୍ରସ୍ତାବ ଦେଇଛି।

ପୂର୍ବରୁ ‘ଏନ୍‌ଟିଏଜିଆଇ’ର ଏହି ପ୍ରସ୍ତାବ ‘ନ୍ୟାସ୍‌ନାଲ୍‌ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭ୍ୟାକ୍ସିନ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଫର୍‌-୧୯’କୁ ପଠାଯିବ। କିନ୍ତୁ, ଭାରତ ବାୟୋଟେକ୍‌ ଉତ୍ପାଦିତ ‘କୋଭାକ୍ସିନ୍‌’ର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ଅନ୍ତରକୁ ‘ଏନ୍‌ଟିଏଜିଆଇ’ ପରିବର୍ତ୍ତନ କରିନାହିଁ।

Leave A Reply

Your email address will not be published.