Odisha Link
Bridging the Missing Links in Odisha

ଆଜିଠୁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ

ପୁରୀ: ଆଜିଠୁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ। ଚନ୍ଦନଯାତ୍ରା ପାଇଁ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଅପରାହ୍ଣ ସାଢ଼େ ୩ଟାରେ ଚନ୍ଦନ ଠାକୁର ମଣି ବିମାନରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ର କରିବେ ମହାପ୍ରଭୁ।

ଅକ୍ଷୟ ତୃତୀୟା ଦିନରେ ଠାକୁର ରାତି ୧୦ଟା ସୁଦ୍ଧା ଶ୍ରୀମନ୍ଦିରକୁ ବାହୁଡ଼ିବା ନେଇ ନୀତି ଚୂଡ଼ାନ୍ତ ହୋଇଛି। କିନ୍ତୁ ଅନ୍ୟ ଦିନମାନଙ୍କରେ ରାତି ୯ଟାରୁ ସାଢ଼େ ୯ଟା ଭିତରେ ଠାକୁରଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ।

ଅନ୍ୟପଟେ ଚଳିତବର୍ଷ କରୋନା ପାଇଁ କଟକଣା ଭିତରେ ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ଯାତ୍ରା ଅନୁଷ୍ଠିତ ହେଉବ। ଏଥିପାଇଁ ୧୪୪ ଧାରା ଜାରି କରିବାକୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର ଆଦି ଉପରେ କଡ଼ା ନଜର ରଖାଯାଇଛି।

ବିମାନରେ ଚନ୍ଦନ ଠାକୁରଙ୍କ ସହ ପଞ୍ଚ ମହାଦେବ ଯିବାବେଳେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ କଡ଼ାକଡ଼ି ପାଳନ କରିବାକୁ ନୀତି ସଂପୃକ୍ତ ସେବକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଏହାକୁ କଡ଼ାକଡ଼ି ପାଳନ କରିବାକୁ ନୀତି ସଂପୃକ୍ତ ସେବକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।