Odisha Link
Bridging the Missing Links in Odisha

ବିନା ଭକ୍ତରେ ହେବ ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା

ବିନା ଶ୍ରଦ୍ଧାଳୁରେ କୋଭିଡ କଟକଣା ଭିତରେ ଚାପଖେଳ କରିବାକୁ ଗାଇଡ଼ଲାଇନ ଜାରି

ଭୁବନେଶ୍ବର: ବିନା ଭକ୍ତରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା। ଆସନ୍ତା ମେ’ ୧୫ତାରିଖରୁ ୨୨ଦିନ ଧରି ବିନ୍ଦୁ ସାଗରରେ ଚାପିଖେଳିବେ ପ୍ରଭୁ ଲିଙ୍ଗରାଜ। କୋଭିଡ କଟକଣା ଭିତରେ ଚାପଖେଳ କରିବାକୁ ବିଏମସି ପକ୍ଷରୁ ଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ୧୫ଜଣ ସେବାୟତଙ୍କୁ ନେଇ ଚନ୍ଦନଯାତ୍ରା ହେବ।

ଗରମ ଗୁଳୁଗୁଳିରେ ଚାପିଖେଳିବେ ମହାପ୍ରଭୁ ଲିଙ୍ଗରାଜ। ଆସନ୍ତା ୧୫ତାରିଖ ଅକ୍ଷୟ ତୃତୀୟରୁ ଚାପଖେଳ ଆରମ୍ଭ ହେବ। ବିନା ଶ୍ରଦ୍ଧାଳୁରେ କୋଭିଡ କଟକଣା ଭିତରେ ଚାପଖେଳ କରିବାକୁ ଗାଇଡ଼ଲାଇନ ଜାରି ହୋଇଛି।

୧୪ଟି ନିୟମ ଜାରି କରାଯାଇଛି। ବିନା ଭକ୍ତରେ ହେବ ଯାତ୍ରା। କେହି ଭକ୍ତ ଏହି ଚାପଖେଳରେ ଅଂଶଗ୍ରହଣ କରିବେ ନାହିଁ କି ଦର୍ଶନ କରିବେ ନାହିଁ। ମନ୍ଦିରର ୧୫ଜଣ ସେବାୟତଙ୍କୁ ନେଇ ଚାଲିବ ଚାପଖେଳ। ମନ୍ଦିର ପ୍ରଶାସନ ପକ୍ଷରୁ ଏହି ୧୫ଜଣ ସେବାୟତଙ୍କ ନା ବିଏମସିକୁ ଦିଆଯିବ।୧୫ଜଣଙ୍କର ଆରଟିପିସିଆର ନେଗେଟିଭ ରିପୋର୍ଟ ପରେ ଚାପଖେଳ ପାଇଁ ମିଳିବ ଅନୁମତି। ଚାପଖେଳ ପାଇଁ ବ୍ୟବହାର ହେବାକୁ ଥିବା ଡ଼ଙ୍ଗାକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ। ଏନେଇ ମନ୍ଦିର ପ୍ରଶାସନ ବିଏମସି ସହ ଯୋଗାଯୋଗ କରି କିଭଳି ସାନିଟାଇଜ କରିବେ ସେ ବ୍ୟବସ୍ଥା କରିବେ।

ପୂଜା, ଯାତ୍ରା ସମୟରେ ନୀତିକାନ୍ତିରେ ନିୟୋଜିତ ସେବାୟତ ସର୍ବଦା ମାସ୍କ ପିନ୍ଧିବେ। ଏହା ସହ ୬ଫୁଟ ଦୂରତା ମଧ୍ୟ ସମ୍ଭବତଃ ବଜାୟ ରଖିବେ। ପାନ ଗୁଟକା ଖାଇବା ଓ ଛେପ ପକାଇ ପାରିବେ ନାହିଁ । ଥର୍ମାଲ ସ୍କ୍ରିନିଂ ସାଙ୍ଗକୁ ହାତ ଧୋଇବା, ସାନିଟାଇଜ ହେବା ଉପରେ ଗୁରୁତ୍ୱ ଦେବେ। ଥଣ୍ଡା, ଜ୍ୱର, କାଶ ଆଦି ଲକ୍ଷଣ ଥିଲେ ପୂଜାକର୍ଯ୍ୟରେ ସାମିଲ ହେବେନାହିଁ। ଏହାସହ ବାଣ, ପାଣି ପାଉଚ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କେବେଳ ନୀତିକାନ୍ତି ବ୍ୟତୀତ କୌଣସି ପ୍ରକାର ମେଳା, ମହୋତ୍ସବ କି ମେଳଣ ଉପରେ କଟକଣା ଲାଗାଯାଇଛି।

Leave A Reply

Your email address will not be published.