Odisha Link
Bridging the Missing Links in Odisha

ପରିଚୟ ପତ୍ରର ଦୁରୂପଯୋଗ, ଏଣିକି ଡିସିପି ଅଫିସରେ ଦେବାକୁ ହେବ କର୍ମଚାରୀଙ୍କ ତାଲିକା

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରରେ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ୧୪ ଦିନିଆ ଲକଡାଉନ ଜାରି କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଛି। ଗତ ଲକଡାଉନରେ ପୁଲିସ ତରଫରୁ ପାସ ବ୍ୟବସ୍ଥା କରାଯାଇଥିବାବେଳେ ଚଳିତ ଥର କିନ୍ତୁ ସେଭଳି ପାସ ବ୍ୟବସ୍ଥା କରାଯାଇ ନାହିଁ।

ନିଜ ନିଜ ସଂସ୍ଥା ଦ୍ୱାରା ପ୍ରଦତ୍ତ ପରିଚୟପତ୍ର ଦେଖାଇ ଲୋକମାନେ ଯିବା ଆସିବା କରୁଛନ୍ତି। ତେବେ ଚଳିତ ଲକଡାଉନରେ ପରିଚୟପତ୍ର ଧରି କେତେକ ମନଇଚ୍ଛା ବୁଲୁଥିବା ନଜରକୁ ଆସୁଛି। ଫଳରେ କମିଶନରେଟ ପୁଲିସ ପକ୍ଷରୁ ଲକଡାଉନ କଟକଣାକୁ ଆହୁରି କଡ଼ାକଡ଼ି ଭାବେ ଗ୍ରହଣ କରାଯାଇଛି।

ଏହି ଅବସରରେ ପୁଲିସ କମିଶନର କହିଛନ୍ତି ଯେ, ଲକଡାଉନରେ ଯାତାୟାତ ପାଇଁ ପୁଲିସ କାହାକୁ ପାସ ଦେଇନି। ସଂସ୍ଥା ପରିଚୟ ଦେଖାଇ ଯାଉଛନ୍ତି, ପୁଲିସ ତାକୁ ବିଶ୍ୱାସ କରୁଛି। ମାତ୍ର କିଛି ଲୋକ ପରିଚୟପତ୍ରର ଦୁରୂପଯୋଗ କରି ବୁଲୁଛନ୍ତି। ଏସବୁକୁ ଏଡାଇବା ପାଇଁ ନୂଆ କଟକଣା କରାଯାଇଛି।

ଏଣିକି କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି, ସଂସ୍ଥା ସେମାନଙ୍କ ତାଲିକା ଦେବ। ସମ୍ପୃକ୍ତ ସଂସ୍ଥା ପକ୍ଷରୁ କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ ଦାଖଲ କରାଯିବ। ସଂସ୍ଥା ଅଧିକୃତ କର୍ମଚାରୀଙ୍କୁ ଏକ ଅଥରାଇଜେସନ ଲେଟର ବି ଦେବ। ପରିଚୟପତ୍ର ଓ ଅଥରାଇଜେସନ ଲେଟରକୁ ସମ୍ପୃକ୍ତ କର୍ମଚାରୀ ଯାତୟାତ ବେଳେ ଦେଖାଇବେ ବୋଲି ପୁଲିସ କମିଶନର କହିଛନ୍ତି।

Leave A Reply

Your email address will not be published.