Odisha Link
Bridging the Missing Links in Odisha

ଡାକ୍ତରଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡର ସୁପରିଚାଳନା ପାଇଁ OHMS, OMES କ୍ୟାଡର, ଆୟୁଷ, ଡେଣ୍ଟାଲ୍ ସର୍ଜନ, ସମସ୍ତ ପିଜି ଡକ୍ଟର୍ସ, ପୋଷ୍ଟ ପିଜି ଡକ୍ଟର, ଇଣ୍ଟର୍ନ୍ସ, ସମସ୍ତ ଶେଷ ବର୍ଷର ଛାତ୍ର (ନର୍ସିଂ ଓ ପାରାମେଡିକାଲ୍ ଷ୍ଟାଫ)ଙ୍କୁ ସାମୟିକ ଭାବେ ରାଜ୍ୟ ସରକାର ନିଜ ଅଧୀନକୁ ଆଣିଛନ୍ତି।

ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ମହାମାରୀ କୋଭିଡ୍ ପରିଚାଳନା ପାଇଁ ଆବଶ୍ୟକତା ଅନୁସାରେ ସରକାର ଡାକ୍ତରଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରିବେ।

ରାଜ୍ୟରେ ଦୈନିକ ସଂକ୍ରମଣ ଦ୍ରୁତ ଗିତରେ ବଢ଼ୁଥିବା ବେଳେ ବିଭିନ୍ନ ଜିଲ୍ଲାରେ ବେଡ୍ ବୃଦ୍ଧି କରାଯାଉଛି। ଏ‌ଥିସହ କରୋନା ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇଁ ସରକାର ଏଭଳି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.