Odisha Link
Bridging the Missing Links in Odisha

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କୁ ମାସ୍କ ବ୍ୟବହାର ପାଇଁ ପରାମର୍ଶ

ବର୍ତ୍ତମାନ ରାଜ୍ୟ ସରକାର କରୋନା ସଂକ୍ରମଣକୁ ନେଇ ପ୍ରସ୍ତୁତି ଜାରି କରିଛନ୍ତି

ଓଏଲ୍‌ ବ୍ୟୁରୋ : ଚୀନରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ଭାରତ ସରକାର ଦେଶବାସୀଙ୍କ ସୁରକ୍ଷା ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଥଲେ। କରୋନା ସଂକ୍ରମଣକୁ ନଜରରେ ରଖି ଭାରତ ସରକାର କରୋନାର ସମୀକ୍ଷା କରିବା ପରେ କରୋନା କଟକଣା ମାନିବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ରାଜ୍ୟ ସରକାର କରୋନା ସଂକ୍ରମଣକୁ ନେଇ ପ୍ରସ୍ତୁତି ଜାରି କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କୁ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି।

ଆସନ୍ତାକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ତିତି ସମୀକ୍ଷା କରିଥିଲେ। କରୋନାର ସ୍ତିତିକୁ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ। କରୋନାର ସ୍ତିତିକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାସ୍କ ରାଜ୍ୟବାସୀଙ୍କୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। କରୋନା ସଂକ୍ରମଣକୁ ସାମ୍ନା କରିବା ପାଇଁ ସତର୍କ ରହିବା ସହ ନିଜକୁ ସୁସ୍ଥ ରଖିବା ପାଇଁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

Leave A Reply

Your email address will not be published.