Odisha Link
Bridging the Missing Links in Odisha

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନବନିଯୁକ୍ତ ଆଇପିଏସ ଅଫିସରଙ୍କୁ ଦେଲେ ଗୁରୁମନ୍ତ୍ର

ସାଧୁତା, ନିରପେକ୍ଷତା, ସାହସ, ଦକ୍ଷତା ଓ ସମ୍ବେଦନଶୀଳତା ଭଳି ୫ଟି ଗୁଣ ପୁଲିସ ଅଫିସରଙ୍କ ପାଖରେ ରହିବା ଉଚିତ

ଓଏଲ୍‌ ବ୍ୟୁରୋ : ମହାମହିମ ଦେଲେ ଗୁରୁମନ୍ତ୍ର। ନବନିଯୁକ୍ତି ଆଇପିଏସ ଅଫିସରଙ୍କୁ ଉଦବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ ନବନିଯୁକ୍ତ ଆଇପିଏସ ଅଫିସରଙ୍କୁ କାମ କରିବାର ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁଲିସ ଅଫିସରଙ୍କ ୫ଟି ମୌଳିକ ଗୁଣ ରହିବା ଦରକାର ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।

ସାଧୁତା, ନିରପେକ୍ଷତା, ସାହସ, ଦକ୍ଷତା ଓ ସମ୍ବେଦନଶୀଳତା ଭଳି ୫ଟି ଗୁଣ ପୁଲିସ ଅଫିସରଙ୍କ ପାଖରେ ରହିବା ଉଚିତ। ପୁଲିସର ନାଁ ଶୁଣିଲେ ଅପରାଧୀ ଥରିବା ଦରକାର ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। କର୍ତ୍ତବ୍ୟ ସମ୍ପାଦନ ସମୟରେ ଯେଉଁମାନଙ୍କର ଜୀବନ ଯାଇଛି ସେମାନଙ୍କୁ ସମ୍ମାନ ଜଣାଇଛନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୁଲିସ ଏକାଡେମୀରେ ରାଷ୍ଟ୍ରପତି।

Leave A Reply

Your email address will not be published.