Odisha Link
Bridging the Missing Links in Odisha

ଅସୁସ୍ଥ ହେବାରୁ ଚିକିତ୍ସାଳୟରେ ଭର୍ତ୍ତି ହେଲେ ପିଏମ ମୋଦିଙ୍କ ମା’

ଅହମ୍ମଦାବାଦରେ ଥିବା ୟୁଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି

ଓଏଲ୍‌ ବ୍ୟୁରୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ଅସୁସ୍ଥ ଥିବାର ଖବର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ ହୀରାବେନ ହଠାତ ଅସୁସ୍ଥ ହୋଇ ପଡିଥିବାବେଳେ ତାଙ୍କୁ ମଙ୍ଗଳବାର ରାତିରେ ଅହମ୍ମଦାବାଦରେ ଥିବା ୟୁଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ତାଙ୍କର ରୁଟିନ ଚେକଅପ୍ ଚାଲିଛି ବୋଲି ଜଣା ପଡିଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ନିର୍ବାଚନ ବେଳେ ମତଦାନ କରିବାକୁ ଯାଇଥିଲେ ଏବଂ ସେଇ ସମୟରେ ଗାନ୍ଧୀନଗର ଠାରେ ନିଜ ମା ହୀରାବେନଙ୍କୁ ଭେଟିଥିଲେ। ଏହାପୂର୍ବରୁ ଜୁନ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କର ୧୦୦ ତମ ଜନ୍ମଦିନରେ ମଧ୍ୟ ତାଙ୍କୁ ଭେଟିଦେଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କ ସ୍ୱାସ୍ଥ୍ୟବସ୍ତା ଖରାପ ହେବାରୁ ତାଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.