Odisha Link
Bridging the Missing Links in Odisha

କରୋନା ନିୟମ ମାନିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ନିର୍ଦ୍ଦେଶ

ଦେଶରେ କୋଭିଡ ଆକ୍ରାନ୍ତ ବଢୁଥିବାରୁ ସଜାଗ ରହିବା ସହ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଲେ ମନ୍ତ୍ରୀ ନବ ଦାସ

ଓଏଲ୍‌ ବ୍ୟୁରୋ : ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରେସ୍‌ମିଟ୍ କରି କରୋନା ନିୟମ ମାନିବାକୁ କହିଛନ୍ତି। ଦେଶରେ କୋଭିଡ ଆକ୍ରାନ୍ତ ବଢୁଥିବାରୁ ସଜାଗ ରହିବା ସହ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଲେ ମନ୍ତ୍ରୀ ନବ ଦାସ।

କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ ମାସ୍କପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ନିର୍ଦେଶ ଦେଇଛନ୍ତି। ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଟେଷ୍ଟିଙ୍ଗ ବ୍ୟବସ୍ତା ରହିଛି। ବିଶ୍ୱକପ୍ ଥିବାରୁ ସଂକ୍ରମଣ ନବ୍ୟାପିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍ଵାସ୍ତ୍ୟମନ୍ତ୍ରୀ କହିଛନ୍ତି। କରୋନା ପାଇଁ ଓଡ଼ିଶାର ୩ଟି ସ୍ଥାନରେ ଜିନମ୍ ସିକ୍ୱେନ୍ସିଂ ଲାଗି ବ୍ୟବସ୍ଥା ହୋଇଛି। SCB, ILS ଓ RMRCରେ ଜିନମ୍ ସିକ୍ୱେନ୍ସିଂ ଲାଗି ବ୍ୟବସ୍ଥା ହୋଇଛି। ବର୍ତ୍ତମାନ ପରିସ୍ଥିତକୁ ଦେଖି ନାଜାଲ ଭ୍ୟାକ୍ସିନ୍ ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।