Odisha Link
Bridging the Missing Links in Odisha

ରୁଷୀୟ ପର୍ଯ୍ୟଟକ ମୃତ୍ୟୁର ଚାଲିଛି ତଦନ୍ତ, ରୁଷୀୟ ଦମ୍ପତି ଓ ଟୁର ଗାଇଡଙ୍କୁ କଟକ ସ୍ଥାନାନ୍ତର

ରୁଷୀୟ ଦମ୍ପତିଙ୍କ ସହ ଟୁର ଗାଇଡ୍ ଜିତେନ୍ଦ୍ର ସିଂଙ୍କୁ ମଧ୍ୟ କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟାଳୟକୁ ସ୍ଥାନାନ୍ତର

ଓଏଲ୍‌ ବ୍ୟୁରୋ : ରାୟଗଡ଼ାରେ ୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ। ୨ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବାବେଳେ ମୃତ ପର୍ଯ୍ୟଟକଙ୍କ ସାଙ୍ଗରେ ବୁଲି ଆସିଥିବା ଅନ୍ୟ ୨ ରୁଷୀୟ ଦମ୍ପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ରୁଷୀୟ ଦମ୍ପତିଙ୍କ ସହ ଟୁର ଗାଇଡ୍ ଜିତେନ୍ଦ୍ର ସିଂଙ୍କୁ ମଧ୍ୟ କଟକ ସ୍ଥିତ କ୍ରାଇମବ୍ରାଞ୍ଚର ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା ଖବର ସାମ୍ନାକୁ ଆସିଛି।

ଦୁଇ ରୁଷୀୟ ପର୍ଯ୍ୟଟକ ଦମ୍ପତି ହେଲେ ତୁରୋଭ ମିଖାଇଲ ଓ ତାଙ୍କ ପତ୍ନୀ ପାନସେନକୋ ମାତାଲିଆ। ଓଡ଼ିଶା ବୁଲି ଆସିଥିବା ରୁଷୀୟ ଦମ୍ପତି ଓ ଟୁର ଗାଇଡ୍ ଜିତେନ୍ଦ୍ର ସିଂଡଙ୍କୁ ରାୟଗଡ଼ାରୁ କାଲି ରାତିରେ ଭୁବନେଶ୍ୱର ଅଣାଯାଇ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଥିଲା। ତଦନ୍ତ ଜାରି ରହିଥିବାବେଳେ ୨ରୁଷୀୟ ପର୍ଯ୍ୟଟକ ମୃତ ଘଟଣା କେଉଁ ମୋଡ଼ ନେବ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନି।

Leave A Reply

Your email address will not be published.