Odisha Link
Bridging the Missing Links in Odisha

ଛାତ୍ରକୁ ବଞ୍ଚାଇବାକୁ ଯାଇ ଗଭୀର ଜଳରେ ବୁଡ଼ି ଶିକ୍ଷକ ମୃତ

ଗଭୀର ଜଳରେ ବୁଡ଼ି ଯାଉଥିବା ଦେଖି ଶିକ୍ଷକ ସରୋଜ ଦାସ ତାଙ୍କୁ ବଞ୍ଚାଇବା ପାଇଁ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ।

ଓଏଲ୍‌ ବ୍ୟୁରୋ : ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଶିକ୍ଷକଙ୍କ ଜୀବନ। ଗଭୀର ଜଳରେ ବୁଡି ଶିକ୍ଷକ ମୃତ। ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଅଧୀନ କଣ୍ଟିଲୋ ମହାନଦୀ ଶ୍ମଶାନ ତୁଠରୁ। ନଦୀରେ ଜଣେ ଛାତ୍ର ଗାଧୋଇବା ସମୟରେ ବୁଡ଼ିଯାଉଥିବା ଦେଖି ତାଙ୍କୁ ବଞ୍ଚାଇବାକୁ ନଦୀର ଗଭୀର ଜଳକୁ ଡେଇଁ ପଡ଼ିଥିଲେ ଶିକ୍ଷକ। ପିଲାଟିର ଜୀବନ ବଞ୍ଚିଗଲା କିନ୍ତୁ ଗଭୀର ଜଳରେ ଶିକ୍ଷକ ଜଣଙ୍କ ବୁଡ଼ିଯାଇଥିଲେ ଏବଂ ପରେ ଶିକ୍ଷକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଶିକ୍ଷକ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ସରୋଜ ଦାସ। ପିକ୍‌ନିକ୍‌ କରିବା ପାଇଁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ସରୋଜ ଓ ଅନ୍ୟ ଶିକ୍ଷକମାନେ କଣ୍ଟିଲୋ ଆସିଥିଲେ। ସେଠାରେ କିଛି ପିଲା ମହାନଦୀର ଶ୍ମଶାନ ତୁଠରେ ଗାଧୋଉ ଥିବାବେଳେ ଜଣେ ଛାତ୍ର ଗଭୀର ଜଳକୁ ଚାଲି ଯାଇଥିଲେ। ଗଭୀର ଜଳରେ ବୁଡ଼ି ଯାଉଥିବା ଦେଖି ଶିକ୍ଷକ ସରୋଜ ଦାସ ତାଙ୍କୁ ବଞ୍ଚାଇବା ପାଇଁ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ଗଭୀର ଜଳ ହେତୁ ଶିକ୍ଷକ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରିଥିବା ବେଳେ ସରୋଜଙ୍କୁ କିଛି ସମୟ ଖୋଜାଖୋଜି କରିବାପରେ ସରୋଜ ମିଳିଥିଲେ। ପିଲାଟି ବଂଚିଯାଇଥିବା ବେଳେ ସରୋଜଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଛନ୍ତି।

Leave A Reply

Your email address will not be published.