Odisha Link
Bridging the Missing Links in Odisha

ଭୁବନେଶ୍ୱରରୁ ସିଧାସଳଖ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡିବ ବିମାନ

ରାଜ୍ୟ ସରକାର ଡାକିଥିବା ଟେଣ୍ଡରରେ ଇଣ୍ଡିଗୋ ଏୟାରଲାଇନ୍ସ ଭାଗ ନେଇ ଆଗ୍ରହ ପ୍ରକାଶ କରିଥିବାବେଳେ ରାଜ୍ୟ ସରକାର ପ୍ରସ୍ତାବକୁ ଅନୁମୋଦନ କରି ପ୍ରୋତ୍ସାହନ ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ : ଆନ୍ତର୍ଜାତିକ ବିମାନ ଚଳାଚଳକୁ ନେଇ ରାଜ୍ୟ ସରକାରଙ୍କ ନୂତନ ପଦକ୍ଷେପ। ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରୁ ଦୁବାଇ, ବ୍ୟାଙ୍କକ ଓ ସିଙ୍ଗାପୁର ଭଳି ଆନ୍ତର୍ଜାତିକ ସହରକୁ ସିଧାସଳଖ ବିମାନ ଚଳାଚଳ କରାଯିବା ନେଇ ନିଷ୍ପତି ନିଆଯାଇଛି। ରାଜ୍ୟ କ୍ୟାବିନେଟରେ ଏଭଳି ନିଷ୍ପତି ନିଆଯାଇଛି। ଆନ୍ତର୍ଜାତିକ ସହରକୁ ଭୁବନେଶ୍ୱରରୁ ସିଧାସଳଖ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଡାକିଥିବା ଟେଣ୍ଡରରେ ଇଣ୍ଡିଗୋ ଏୟାରଲାଇନ୍ସ ଭାଗ ନେଇ ଆଗ୍ରହ ପ୍ରକାଶ କରିଥିବାବେଳେ ରାଜ୍ୟ ସରକାର ପ୍ରସ୍ତାବକୁ ଅନୁମୋଦନ କରି ପ୍ରୋତ୍ସାହନ ଦେଇଛନ୍ତି।

ଆନ୍ତର୍ଜାତିକ ବିମାନ ଚଳାଚଳକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ଏହି ବିମାନ ଚଳାଚଳର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ବୋଲି ଜଣା ପଡିଛି।୧୮୬ ସିଟ୍ ବିଶିଷ୍ଟ ବିମାନ ଭୁବନେଶ୍ୱରରୁ ଚଳାଚଳ ଆରମ୍ଭ କରିବ। ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାକୁ ସମଗ୍ର ବିଶ୍ୱ ଦରବାରରେ ପରିଚିତ କରାଇବା ନିମନ୍ତେ ଆନ୍ତର୍ଜାତିକ ବିମାନ ଚଳାଚଳର ଆବଶ୍ୟକତା ରହିଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ଭୁବନେଶ୍ୱରରୁ ସିଧାସଳଖ ଦୁବାଇ,ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଚଳାଚଳ ନିମନ୍ତେ ଟେଣ୍ଡର ଡକାଯାଇଥିଲା। ଏହି ରୁଟରେ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ଆବେଦନ କରିଥିବାବେଳେ ରାଜ୍ୟ ସରକାର କ୍ୟାବିନେଟରେ ଏହାକୁ ଅନୁମୋଦନ କରିଛନ୍ତି।

Leave A Reply

Your email address will not be published.